Below header

ଭାଇ ସହ ଝଗଡ଼ା ପରେ ଭଉଣୀ ଗିଳିଲା ମୋବାଇଲ୍‌, ୨ ଘଣ୍ଟାର ଅପରେସନ୍‌ ପରେ ଜୀବନ ବଞ୍ଚାଇଲେ ଡାକ୍ତର

ଭାଇ ସହ ଝଗଡ଼ା ପରେ ଭଉଣୀ ଗିଳିଦେଲା ମୋବାଇଲ୍‌ ଫୋନ୍‌। ମଧ୍ୟ ପ୍ରଦେଶର ଭିଣ୍ଡ ଜିଲ୍ଲାରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ୧୮ ବର୍ଷୀୟା ଝିଅ ନିଜ ଭାଇ ସହ ଝଗଡ଼ା ପରେ ମୋବାଇଲ୍ ଫୋନ୍ ଗିଳି ଦେଇଛି।

ମଧ୍ୟ ପ୍ରଦେଶର ଭିଣ୍ଡ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ୧୮ ବର୍ଷୀୟା ଝିଅ ନିଜ ଭାଇ ସହ ଝଗଡ଼ା ପରେ ମୋବାଇଲ୍ ଫୋନ୍ ଗିଳି ଦେଇଥିଲା। ପେଟରେ ଅସହ୍ୟ ଯନ୍ତ୍ରଣା ହେବାରୁ ତାକୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ଗୁରୁତର ହୋଇଯିବାରୁ ସେଠାରୁ ଗ୍ୱାଲିଅର୍ ଜିଲ୍ଲା ଡାକ୍ତରଖାନା ପଠାଯାଇଥିଲା। ଏଠାରେ ୬ ଜଣିଆ ଡାକ୍ତରୀ ଟିମ୍ ୨ ଘଣ୍ଟା ଅପରେସନ୍ ପରେ ଝିଅର ପେଟରୁ ମୋବାଇଲ୍ ଫୋନ୍ ବାହାର କରିଥିଲେ।

ଡାକ୍ତର କହିଥିଲେ ଯେ ଯଦି ଠିକ୍‌ ସମୟରେ ଝିଅଟିକୁ ଅଣାଯାଇ ନ ଥାଆନ୍ତା, ତା’ ହେଲେ ଝିଅର ଜୀବନ ବିପଦରେ ପଡ଼ିଥାନ୍ତା। ଖବରରୁ ଜଣାପଡ଼ିଛି, ଏଠାରେ ୧୮ ବର୍ଷୀୟା ଝିଅର ତା’ ଭାଇ ସହିତ କୌଣସି କାରଣରୁ ନେଇ ଝଗଡ଼ା ହୋଇଥିଲା। ଏଥିରେ ରାଗିଯାଇ ଭଉଣୀ ପାଖରେ ଥିବା ଏକ ମୋବାଇଲ ଫୋନ୍‌ ଗିଳିଦେଇଥିଲା। ଚାଇନା ନିର୍ମିତ କିପ୍ୟାଡ୍‌ ମୋବାଇଲ୍ ଫୋନ୍‌ ଗିଳି ଦେବାର କିଛି ସମୟ ପରେ ତାଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ଆରମ୍ଭ ହୋଇଥିଲା।

ପରିବାର ଲୋକେ ତୁରନ୍ତ ତାଙ୍କୁ ଭିଣ୍ଡ ଜିଲ୍ଲା ଡାକ୍ତରଖାନା ନେଇଥିଲେ। ସେଠାରେ ଏକ୍ସ-ରେ କରାଯାଇଥିଲା। ଏକ୍ସ-ରେ ପରେ ତାଙ୍କ ପେଟରେ ଏକ ମୋବାଇଲ୍ ଫୋନ୍ ଦେଖିବାକୁ ମିଳିଥିଲା। ଅବସ୍ଥା ଗୁରୁତର ହେବାରୁ ସେଠାରୁ ଗ୍ୱାଲିଅର ସ୍ଥାନାନ୍ତର କରାଯାଇଥିଲା। ଏଠାକାର ଜୟାରୋଗ୍ୟ ଡାକ୍ତରଖାନାରେ ଡାକ୍ତରୀ ଟିମ୍‌ ୨ ଘଣ୍ଟାର ଅସ୍ତ୍ରୋପଚାର ପରେ ପେଟ୍‌ରୁ ମୋବାଇଲ ଫୋନ୍‌ ବାହାର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.