ଧୋନି ଏବଂ ଯୁବରାଜଙ୍କ ସମେତ ୫ ଭାରତୀୟ କ୍ରିକେଟରୁ MCC ଦେଲା ଆଜୀବନ ସଦସ୍ୟତା ସମ୍ମାନ, ମିତାଲୀ ଏବଂ ଝୁଲଣ ମଧ୍ୟ ସାମିଲ

ଧୋନି ଏବଂ ଯୁବରାଜଙ୍କ ସହିତ ସୁରେଶ ରାଇନାଙ୍କୁ ମିଳିଲା ମେଲବର୍ଣ୍ଣ କ୍ରିକେଟ କ୍ଲବରେ ଆଜୀବନ ସଦସ୍ୟତା । ମିତାଲୀ ରାଜ ଏବଂ ଝୁଲଣ ଗୋସ୍ୱାମୀ ମଧ୍ୟ ଏହି ଲିଷ୍ଟରେ ରହିଛନ୍ତି ସାମିଲ ।

ମେଲବର୍ଣ୍ଣ କ୍ରିକେଟ୍ କ୍ଲବ୍ (ଏମସିସି) ଭାରତର ପାଞ୍ଚ ଖେଳାଳିଙ୍କୁ ନିଜ କ୍ଲବରେ ଆଜୀବନ ସଦସ୍ୟତା ସମ୍ମାନ ପ୍ରଦାନ କରିଛି । ଏମସିସି ମହେନ୍ଦ୍ର ସିଂ ଧୋନିଙ୍କ ସମେତ  ୫ ଜଣଙ୍କୁ ଆଜୀବନ ସଦସ୍ୟତା ପ୍ରଦାନ କରିଛି । ଏଥିରେ ଭାରତର ଯୁବରାଜ ସିଂହ, ସୁରେଶ ରୈନା, ମିତାଲୀ ରାଜ ଏବଂ ଝୁଲଣ ଗୋସ୍ୱାମୀଙ୍କ ନାମ ରହିଛି । ଏହା ସହିତ ଅନ୍ୟ ୧୯ ଜଣ ପୁରୁଷ ଏବଂ ମହିଳା ଖେଳାଳିଙ୍କୁ ସମ୍ମାନିତ କରିଛି । ଏହି ତାଲିକାରେ ଭାରତ ଏବଂ ଇଂଲଣ୍ଡର ପାଞ୍ଚଜଣ ଲେଖାଏଁ ଖେଳାଳିଙ୍କୁ ସ୍ଥାନ ମିଳିଛି ।

ଏମସିସି ନିଜ ୱେବସାଇଟରେ କହିଛି କି, ୫ ଜଣ ଭାରତୀୟ ଖେଳାଳିଙ୍କୁ ଆଜୀବନ ସଦସ୍ୟତା ପଦରେ ସମ୍ମାନିତ କରାଯାଇଛି । ଝୁଲଣ ଗୋସ୍ୱାମୀ ଗତବର୍ଷ ଲର୍ଡସରେ ଇଂଲଣ୍ଡ ବିପକ୍ଷରେ ମ୍ୟାଚ ଖେଳିବା ପରେ ରିଟାୟର୍ଡମେଣ୍ଟ ନେଇଥିଲେ । ତା’ ଛଡା ଝୁଲଣ ମହିଳା ଦିନିକିଆ କ୍ରିକେଟରେ ସର୍ବାଧିକ ଓ୍ଵିକେଟ ନେଇଥିବା ଖେଳାଳି । ସେ ୨୧୧ମ୍ୟାଚରେ ୭,୮୦୫ ରନ୍‌ କରିଛନ୍ତି ।

ଏଥିରେ କୁହାଯାଇଛି କି, ଏମଏସ ଧୋନି ଏବଂ ଯୁବରାଜ ସିଂ ଦୁହେଁ ଭାରତୀୟଟିମରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଯେଉଁଥିରେ ୨୦୦୭ ଆଇସିସି ଟି-୨୦ ବିଶ୍ୱକପ ଏବଂ ୨୦୧୧ରେ ଆଇସିସି ବିଶ୍ୱକପ ଜିତିଥିଲେ । ସେହିପରି ସୁରେଶ ରାଇନା ମାତ୍ର ୧୩ ବର୍ଷ କ୍ୟାରିଅରେ ୫,୫୦୦ରୁ ଅଧିକ ରନ୍‌ କରିଛନ୍ତି।

ଯେଉଁ ଅନ୍ୟ କ୍ରିକେଟରଙ୍କୁ ସଦସ୍ୟତା ପ୍ରଦାନ କରାଯାଇଛି, ସେମାନେ ହେଲେ ମୋରିସା ଏଗୁଲେରିୟା, ଜେନି ଗୁନ୍‌, ଲାରା ମାର୍ଶ, ଆନ୍ୟା ଶ୍ରବସୋଲ, ଆୟନ ମୋର୍ଗନ, କେଭିନ ପିଟରସନ, ମହମ୍ମଦ ହଫିଜ, ମଶରଫି ମୁର୍ତାଜା, ଡେଲ ଷ୍ଟେନ, ରୋସେଲ ହନ୍ସ, ଏମି ସେଟରବେଟ ଏବଂ ରସ୍‌ ଟେଲର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.