Below header

ଚୀନରେ ଫସିଲେ ୬ ଭାରତୀୟ, ପ୍ରବଳ ଜ୍ୱରରେ ପୀଡିତ କାରଣରୁ ଭାରତ ଆସିବାକୁ ମିଳିଲାନି ଅନୁମତି

କରୋନା ଭାଇରସର ବିପଦ ମଧ୍ୟରେ ଚୀନରେ ଫସି ରହିଥିବା କିଛି ଭାରତୀୟ ଛାତ୍ର ଓ କିଛି ନାଗରିକ ଗତକାଲି ସକାଳେ ଭାରତ ଫେରିଛନ୍ତି । ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ୩୨୪ ଜଣ ଭାରତୀୟଙ୍କୁ ଚୀନରୁ ଭାରତକୁ ଫେରାଇ ଆଣିଛି । ତେବେ ଏହା ମଧ୍ୟରେ ଏକ ଖବର ଆସିଛି ଯେ ୬ ଜଣ ଭାରତୀୟ ପ୍ରବଳ ଜ୍ୱରରେ ପୀଡିତ ହୋଇଥିବା କାରଣରୁ ତାଙ୍କୁ ଭାରତ ଫେରିବାକୁ ଅନୁମତି ମିଳିନାହିଁ । ଏହି ଲୋକମାନେ ବର୍ତ୍ତମାନ ବୁହାନରେ ଫସି ରହିଛନ୍ତି । ତେବେ ସୂଚନା ଅନୁଯାୟୀ ବୁହାନ କରୋନା ଭାଇରସର ସବୁଠାରୁ ଅଧିକ ପ୍ରଭାବିତ ସହର ଅଟେ ।

चीन: वुहान में फंसे 6 भारतीय, तेज बुखार के चलते आने से रोका गया

ଛଅ ଜଣ ଭାରତୀୟ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ଆସିପାରିଲେ ନାହିଁ କାରଣ ସେମାନେ ପ୍ରବଳ ଜ୍ୱରରେ ପୀଡିତ ହୋଇଥିଲେ ଏବଂ ସେମାନଙ୍କର ଟେଷ୍ଟ କରାଇବା ପରେ ଚୀନ ଅଧିକାରୀମାନେ ତାଙ୍କୁ ଭାରତ ଆସିବାକୁ ରୋକିଥିଲେ । ଖବର ମୁତାବକ ସେମାନେ ସମସ୍ତେ ଚୀନରେ ପଢ଼ୁଥିବା ଛାତ୍ର ତେବେ ସେମାନଙ୍କୁ କରୋନା ଭାଇରସ ଆକ୍ରମଣ କରୁଥିବା ନେଇ ସନ୍ଦେହ କରାଯାଉଛି ।

चीन में डॉक्टरों पर हमले, लोग कह रहे- कोरोना वायरस ठीक करो वरना चाकू मार देंगे

ବେଜିଂ ଛାଡିବା ପୂର୍ବରୁ ସମସ୍ତଙ୍କର ଟେଷ୍ଟ କରାଯିବା ସହିତ ଭାରତ ପହଂଚିବା ପରେ ୧୪ ଦିନ ସମସ୍ତେ ଚିକିତ୍ସାରେ ରହିବେ ବୋଲି ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଥିଲା । ୩୨୪ ଜଣ ଭାରତୀୟଙ୍କୁ ନେଇ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଗତକାଲି ସକାଳ ୭.୩୦ ମିନିଟରେ ଦିଲ୍ଲୀରେ ପହଞ୍ଚିଥିଲା । ତେବେ ଏହା ମଧ୍ୟରେ ବୁହାନ ପ୍ରାନ୍ତରେ ଫାଶୀ ରହିଥିବା ଅନ୍ୟ ଭାରତୀୟମାନଙ୍କୁ ଉଦ୍ଧାର କରିବା ପାଇଁ ଏୟାର ଇଣ୍ଡିଆର ଦ୍ଵିତୀୟ ବିମାନ ବେଜିଙ୍ଗରେ ପହଞ୍ଚି ଯାଇଛି ।

चीन में डॉक्टरों पर हमले, लोग कह रहे- कोरोना वायरस ठीक करो वरना चाकू मार देंगे

ଚିନି ଅଧିକାରୀଙ୍କ କହିବା ଅନୁଯାୟୀ କରୋନା ଭାଇରସ କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ ୩୦୦ ଲୋକଙ୍କର ମୃତ୍ୟୁ ହୋଇସାରିଛି ଏବଂ ୧୨,୦୦୦ ଲୋକ ଚିହ୍ନଟ କରାଯାଇଛନ୍ତି ।ଏପଟେ ଭାରତ ସରକାର ଚୀନରୁ ଆସିଥିବା ସମସ୍ତ ଭାରତୀୟଙ୍କୁ ଦିଲ୍ଲୀର ଛାଵଲା ଓ ହରିୟାଣାର ମାନେସର କ୍ୟାମ୍ପରେ ରହିବା ପାଇଁ ବ୍ୟବସ୍ଥା କରିଛନ୍ତି ଏବଂ ସେମାନେ ଦୁଇ ସପ୍ତାହ ପର୍ଯ୍ୟନ୍ତ ବାକି ଭାରତୀୟମାନଙ୍କ ଠାରୁ ଦୁରେଇ ରହିବେ ବୋଲି ନିଷ୍ପତ୍ତି ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.