ଖେଳ ଖେଳରେ ଚାଲିଗଲା ଜୀବନ, ପେଟରେ ପବନ ପଶିଯିବାରୁ ଇନ୍ଦୋରରେ ଛଅ ବର୍ଷ ଛୁଆର ମୃତ୍ୟୁ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଏକ ଛଅ ବର୍ଷ ଛୁଆଟିର ମୃତ୍ୟୁ ହୋଇଯାଇଥିବା ଖବର ସାମ୍ନାକୁ ଆସିଛି । ରବିବାର ଦିନ ନିଜ ସାଙ୍ଗମାନଙ୍କ ସହିତ ଖେଳୁଥିବା ସମୟରେ ଛୁଆଟିର ମୃତ୍ୟୁ ହୋଇଥିଲା । ଖେଳ ଖେଳରେ ସାଙ୍ଗମାନେ ଏୟାର କମ୍ପ୍ରେସର ସାହାର୍ଯ୍ୟରେ ଛୁଆଟିର ପେଟରେ ପବନ ଭରି ଦେଇଥିଲେ । ଫଳରେ ଛୁଆଟିର ପେଟ ଫୁଲିଯାଇଥିଲା । ଏହାର କିଛି ସମୟ ଭିତରେ ହିଁ ଛୁଆଟିର ମୃତ୍ୟୁ ହୋଇଥିବା ଭଂବର କୁଆ ପୋଲିସ୍ କହିଛି। ତେବେ ୬ବର୍ଷର ଛୁଆଟି ସହିତ ଖେଳୁଥିବା ସାଙ୍ଗ ମାନେ ମଧ୍ୟ ପାଖାପାଖି ସେହି ୬ବର୍ଷର । ଏହି ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପୋଲିସ୍ ମୃତ୍ୟୁଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଅଧିକ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.