Below header

ଅବତରଣ ବେଳେ ବିସ୍ଫୋରଣରେ ଜଳିଗଲା ‘ସ୍ପେସ୍‌ଏକ୍ସ’ ର ରକେଟ୍‌ ‘ଷ୍ଟାରସିପ୍‌’,

ନୂଆଦିଲ୍ଲୀ : ଟେକ୍ସାସର ଏକ ରକେଟ୍‌ ସଫଳତାର ସହ ପରୀକ୍ଷାମୂଳକ ଭାବେ ଉତ୍‌କ୍ଷେପଣ ପରେ ଅବତରଣ ସମୟରେ ବିସ୍ଫୋରଣ ଘଟିଛି । ବିସ୍ଫୋରଣ ହୋଇଥିବା ‘ସ୍ପେସ୍‌ଏକ୍ସ’ ର ରକେଟ୍‌ ‘ଷ୍ଟାରସିପ୍‌’ ର ଏହି ଭିଡ଼ିଓକୁ ମଧ୍ୟ ଉତ୍ତୋଳନ କରାଯାଇଛି ।

ବୁଧବାର ଦିନ ଏହି ସେଲ୍‌ଫ୍‌ ଗାଇଡେଡ୍‌ ରକେଟ୍‌ ‘ଷ୍ଟାର୍‌ସିପ୍‌’ ଆକାଶକୁ ଉଠି ପୁଣି ଧିରେ ଧିରେ ଲ୍ୟାଣ୍ଡିଙ୍ଗ୍‌ ପ୍ୟାଡ୍‌ରେ ଅବତରଣ କରିଥିଲା । କିନ୍ତୁ ଅବତରଣର ତୀବ୍ର ବେଗ୍‌ ହେତୁ ଏହା ଭୂମିରେ ମାଡ଼ ହୋଇ ବିସ୍ଫୋରଣ ହୋଇଥିଲା । ନୂତନ ଭାବେ ବିକଶିତ ‘ରାପ୍ଟର ଇଞ୍ଜିନ୍‌’ ସହାୟତାରେ ଏହି ରକେଟ୍‌ ୪୧,୦୦୦ ଫୁଟ୍‌ ଉଚ୍ଚକୁ ଉଠିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ତେବେ ରକେଟ୍‌ ନିର୍ଦ୍ଧାରିତ ଉଚ୍ଚତାକୁ ଯାଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

ରକେଟ୍‌ ବିସ୍ଫୋରଣ ହେବା ପରେ ‘ଏଲ୍‌ନ୍‌ ମସ୍କ’ ଘରୋଇ ମହାକାଶ କମ୍ପାନୀ ତୁରନ୍ତ ଟ୍ଵିଟ୍‌ କରି ଏହାର ସୂଚନା ଦେଇଥିଲା । ଭବିଷ୍ୟତରେ ୬ ମହଲା ବିଶିଷ୍ଟ ‘ଷ୍ଟାରସିପ୍‌’ ନାମକ ଏହି ରକେଟ ଚନ୍ଦ୍ର ଓ ମଙ୍ଗଳ ଗ୍ରହ ଅଭିଯାନରେ ବ୍ୟବହୃତ ହେବ ବୋଲି ଆଶା କରାଯାଉଛି । ଏଥିରେ ଅତ୍ୟଧିକ ୧୦୦ ଟନ୍‌ ଓଜନର ବିଭିନ୍ନ ସାମଗ୍ରୀ ପରିବହନ କରାଯାଇ ପାରିବ ବୋଲି ଏଲନ୍‌ ମସ୍କଙ୍କ ଘରୋଇ ମହାକାଶ କମ୍ପାନୀ ‘ସ୍ପେସ୍‌ଏକ୍ସ’ ଯୋଜନା କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.