Below header

ଶକ୍ତିଶାଳୀ ରକେଟ୍ ଷ୍ଟାରସିପର ଉତକ୍ଷେପଣ ବିଫଳ, ବଡ଼ କ୍ଷତି ସହିବେ ଏଲନ୍‌ ମସ୍କ

ସବୁଠାରୁ ଶକ୍ତିଶାଳୀ ରକେଟ୍ ଷ୍ଟାରସିପର ଉତକ୍ଷେପଣ ବିଫଳ ହୋଇଯାଇଛି । ଏଲନ ମସ୍କଙ୍କ କମ୍ପାନି ସ୍ପେସ ଏକ୍ସ ଦ୍ବାରା ନିର୍ମିତ ରକେଟ ବଡ଼ ଝଟକା ଦେଇଛି ଏଲନ ମସ୍କଙ୍କୁ । ଏହା ଦ୍ୱାରା ସେ ବଡ଼ କ୍ଷତି ସହି ପାରନ୍ତି । ଆଜି ବା ଗୁରୁବାର ଉତକ୍ଷେପଣ ହେବାର କିଛି ମିନିଟ ପରେ ଏଥିରେ ବିସ୍ଫୋରଣ ହୋଇଥିଲା ।

ନୂଆଦିଲ୍ଲୀ: ସବୁଠାରୁ ଶକ୍ତିଶାଳୀ ରକେଟ୍ ଷ୍ଟାରସିପର ଉତକ୍ଷେପଣ ବିଫଳ ହୋଇଯାଇଛି । ଏଲନ ମସ୍କଙ୍କ କମ୍ପାନି ସ୍ପେସ ଏକ୍ସ ଦ୍ବାରା ନିର୍ମିତ ରକେଟ ବଡ଼ ଝଟକା ଦେଇଛି ଏଲନ ମସ୍କଙ୍କୁ । ଏହା ଦ୍ୱାରା ସେ ବଡ଼ କ୍ଷତି ସହି ପାରନ୍ତି । ଆଜି ବା ଗୁରୁବାର ଉତକ୍ଷେପଣ ହେବାର କିଛି ମିନିଟ ପରେ ଏଥିରେ ବିସ୍ଫୋରଣ ହୋଇଥିଲା ।

ଉତ୍‌କ୍ଷେପଣର ମାତ୍ର ତିନି ମିନିଟରେ ଷ୍ଟାରସିପ୍ କ୍ୟାପସୁଲ୍ ର ପ୍ରଥମ ପର୍ଯ୍ୟାୟ ରକେଟ୍ ବୁଷ୍ଟରରୁ ଅଲଗା ହେବାର ଥିଲା । କିନ୍ତୁ ଅଲଗା ନହେବାରୁ ଏଥିରେ ବିସ୍ଫୋରଣ ଘଟିଥିଲା । ଫଳରେ ଏଲନ ମସ୍କଙ୍କ କୋଟି କୋଟି ଟଙ୍କା ପାଣିରେ ପଡିଛି । ଏଥିପାଇଁ ତାଙ୍କୁ ବହୁତ ବଡ଼ କ୍ଷତି ସହିବାକୁ ପଡିପାରେ ।

ପ୍ରକାଶଯୋଗ୍ୟ, ଏହି ରକେଟ ନିର୍ମାଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଏହା ରିୟୁଜେବଲ୍‌ ବାପୁନଃ ବ୍ୟବହାରଯୋଗ୍ୟ । ଏହା ମାଧ୍ୟମରେ ମଣିଷ ମଙ୍ଗଳ ଗ୍ରହକୁ ଯାତ୍ରା କରିଥାନ୍ତା । ହେଲେ ବିସ୍ଫୋରଣ ପରେ ଏହି ଆଶା ମଉଳି ଯାଇଛି । ଅବଶ୍ୟ ଉତ୍‌କ୍ଷେପଣ ପରେ ଏହା ବିସ୍ଫୋରଣ କରିପାରେ ବୋଲି ଏଲନ୍‌ ମସ୍କ ଆଶଙ୍କା କରିଥିଲେ । ଯାହାକି ଏବେ ସତ୍ୟ ହୋଇଛି ।

ଏହି ରକେଟରେ ମୁଖ୍ୟତଃ ଦୁଇଟି ଭାଗ ରହିଥିଲା। ପ୍ରଥମଟି ଥିଲା ଯାତ୍ରୀବାହୀ ବହନ ବିଭାଗ, ଯେଉଁଥିରେ ଯାତ୍ରୀ ରହିବେ ଏବଂ ଦ୍ୱିତୀୟଟି ସୁପର ହେଭି ରକେଟ୍ ବୁଷ୍ଟର ଥିଲା । ଷ୍ଟାର୍ଟର ଓ ବୁଷ୍ଟର କୁ ମିଶାଇ ଏହାର ଲମ୍ବ ୩୯୪ ଫୁଟ ଏବଂ ଓଜନ ୫୦ ଲକ୍ଷ କେଜି ଥିଲା । ଏହାର ଉଚ୍ଚତା ନାସାର ସ୍ପେସ୍ ଲଞ୍ଚ୍ ସିଷ୍ଟମ୍ (ଏସ୍ଏଲ୍ଏସ୍) ରକେଟ୍ ଠାରୁ ପ୍ରାୟ ଦୁଇଗୁଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.