୪୮ ବର୍ଷ ଯାଏ ମିଳିଲାନି ବିବାହ ପାଇଁ କନ୍ୟା ପାତ୍ରୀ , ଶେଷରେ କିନ୍ନର ସହ ହେଲା ବିବାହ

ଦେଶରେ କନ୍ୟା ଙ୍କ ଅଭାବ ଏବେ ବିବାହ କ୍ଷେତ୍ରରେ ବଡ଼ ବାଧା ସୃଷ୍ଟି କରିଛି । କିଛି ରାଜ୍ୟରେ ଝିଅଙ୍କ ଅଭାବ ଯୋଗୁ ବହୁ ବିବାହଯୋଗ୍ୟ ପୁରୁଷ ଅବିବାହିତ ରହିଯାଉଛନ୍ତି । ତେବେ ଉତ୍ତର ପ୍ରଦେଶରେ ଏମିତି ଏକ ଘଟଣା ଦୃଷ୍ଟିକୁ ଆସିଛି । ଯେଉଁଠି ଜଣେ ବ୍ୟକ୍ତି ୪୮ ବର୍ଷ ଯାଏ ବିବାହ କରି ନପାରିବାରୁ ଶେଷରେ ଜଣେ କିନ୍ନରଙ୍କୁ ବିବାହ କରିଛନ୍ତି ।

ନୂଆଦିଲ୍ଲୀ : ଦେଶରେ କନ୍ୟା ଙ୍କ ଅଭାବ ଏବେ ବିବାହ କ୍ଷେତ୍ରରେ ବଡ଼ ବାଧା ସୃଷ୍ଟି କରିଛି । କିଛି ରାଜ୍ୟରେ ଝିଅଙ୍କ ଅଭାବ ଯୋଗୁ ବହୁ ବିବାହଯୋଗ୍ୟ ପୁରୁଷ ଅବିବାହିତ ରହିଯାଉଛନ୍ତି । ତେବେ ଉତ୍ତର ପ୍ରଦେଶରେ ଏମିତି ଏକ ଘଟଣା ଦୃଷ୍ଟିକୁ ଆସିଛି । ଯେଉଁଠି ଜଣେ ବ୍ୟକ୍ତି ୪୮ ବର୍ଷ ଯାଏ ବିବାହ କରି ନପାରିବାରୁ ଶେଷରେ ଜଣେ କିନ୍ନରଙ୍କୁ ବିବାହ କରିଛନ୍ତି ।

ସୂଚନା ଅନୁଯାୟୀ, ଏହି ବ୍ୟକ୍ତିଙ୍କ ନାମ ଛତ୍ରପାଲ ସିଂହ । କନ୍ୟା ଖୋଜି ଖୋଜି ତାଙ୍କର ବିବାହ ବୟସ ଅତିକ୍ରାନ୍ତ ହୋଇଗଲା । ଶେଷରେ ନିରାଶ ହୋଇ ଗାଁ ମନ୍ଦିରରେ ବିଲ୍ଲୋ ରାଣୀ ନାମକ ଜଣେ କିନ୍ନରଙ୍କ ସହ ବିବାହ କରିଦେଲେ । ବିବାହ ମଧ୍ୟ ଖୁବ ଧୂମଧାମରେ ପାଳିତ ହେଲା ।

ବିବାହ ଦେଖିବା ପାଇଁ ବହୁ ଲୋକଙ୍କ ସାମଗମ ମଧ୍ୟ ହୋଇଥିବା ଦେଖିବାକୁ ମିଳିଥିଲା । ଛତ୍ରପାଲଙ୍କ ବିବାହରେ ତାଙ୍କର ବନ୍ଧୁ ବାନ୍ଧବ ଓ ଗାଁ ଲୋକ ମଧ୍ୟ ସାମିଲ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.