Below header

ଜି୨୦ ସମ୍ମିଳନୀ ଯୋଗୁଁ ଦିଲ୍ଲୀରେ ଭିକାରୀ ଏବଂ ନିଶାଡିଙ୍କୁ ମିଳିବ ସ୍ପେଶାଲ ଟ୍ରିଟମେଣ୍ଟ, ଅତିଥି କରି ରଖିବ ପୋଲିସ

ଦିଲ୍ଲୀରେ ଜି୨୦ ଶିଖର ସମ୍ମିଳନୀ ବର୍ତ୍ତମାନ ସାରା ବିଶ୍ୱର ନଜର ଭାରତ ଉପରେ ରହିଛି। ଜି୨୦ ଶିଖର ସମ୍ମିଳନୀ ପାଇଁ ଭିକାରୀ, ନିଶାଡି ଏବଂ କିନ୍ନରଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଯଦି ଏମାନେ ଏପଟସେପଟ ହେବାର ଦେଖାଯାଉଥିବେ, ସେମାନଙ୍କୁ ସେଲଟର ହୋମରେ ଛାଡିଦିଆଯିବାକୁ କୁହାଯାଇଛି ।

ଭାରତରେ ଜି୨୦ ସମ୍ମିଳନୀ ୯ ଏବଂ ୧୦ ସେପ୍ଟେମ୍ବରରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ । ଏଥିପାଇଁ ରାଜଧାନୀ ଦିଲ୍ଲୀରେ ସମସ୍ତ ପ୍ରକାରର ପ୍ରସ୍ତୁତି ସରିଛି । ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ଦିଲ୍ଲୀର ଅନେକ ଅଞ୍ଚଳରେ ଟ୍ରାଫିକରେ ମଧ୍ୟ ପରିବର୍ତ୍ତନ କରାଯାଇଛି । କେବଳ ଏତିକି ନୁହେଁ ଭିକାରୀ, ନିଶାଡି ଏବଂ କିନ୍ନରଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ନୂଆଦିଲ୍ଲୀର କନୋଟ ପ୍ଲେସ, ଜନପଥ, ବଙ୍ଗଳା ସାହିତ ଗୁରଦ୍ୱାରା, କେଜି ମାର୍ଗ ଏବଂ ହନୁମାନ ମନ୍ଦିର ଆଖପାଖରେ ବସୁଥିବା ଭିକାରୀ ନିଶାଡି ଏବଂ କିନ୍ନରଙ୍କ ଯିବାଆସିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହାସହିତ ହଜରତ ନିଜାମୁଦ୍ଦିନ ରେଲେଓ୍ଵ ଷ୍ଟେସନ ଏବଂ ନୂଆଦିଲ୍ଲୀର ପାହାଡଗଞ୍ଜ ଏବଂ ଆଜମେରୀ ଗେଟରେ ଦୁଇ ତରଫରୁ ଆସୁଥିବା ଲୋକଙ୍କୁ ମନା କରାଯାଇଛି । ଯଦି ଏମାନେ ଏପଟସେପଟ ହେବାର ଦେଖାଯାଉଥିବେ, ସେମାନଙ୍କୁ ସେଲଟର ହୋମରେ ଛାଡିଦିଆଯିବାକୁ କୁହାଯାଇଛି ।

ଦିଲ୍ଲୀରେ ଜି୨୦ ଶିଖର ସମ୍ମିଳନୀ ବର୍ତ୍ତମାନ ସାରା ବିଶ୍ୱର ନଜର ଭାରତ ଉପରେ ରହିଛି। ଅତିଥିମାନଙ୍କୁ ସ୍ୱାଗତ କରିବା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ଏଥିରେ ଅତିଥିମାନଙ୍କ ରହଣିଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ବ୍ୟଞ୍ଜନ ପରସାଯିବା ପର୍ଯ୍ୟନ୍ତ, ପ୍ରତ୍ୟେକ ଜିନିଷ ଉପରେ ଧ୍ୟାନ ଦିଆଯାଉଛି ।  ଖାଦ୍ୟ ପରସିବାର ଶୈଳୀ ମଧ୍ୟ ସ୍ୱତନ୍ତ୍ର ରହିବ, ଯେପରି ଅତିଥିମାନେ କେବେ ବି ଏହାକୁ ଭୁଲି ପାରିବେ ନାହିଁ । ସମସ୍ତ ଖାସ୍‌ ଅତିଥିମାନଙ୍କୁ ରୁପା ବାସନରେ ଖାଦ୍ୟ ପରସାଯିବ। ନିଜର ଖାଦ୍ୟ ପରସିବାର ଶୈଳୀରେ ମଧ୍ୟ ଭାରତ ଏହାର ସଂସ୍କୃତି ଏବଂ ଐତିହ୍ୟର ଝଲକ୍‌ ଦେଖାଇବ ।

୨୦୦ କାରିଗର କଠିନ ପରିଶ୍ରମ କରି ଏହି ବାସନଗୁଡ଼ିକ ତିଆରି କରିଛନ୍ତି । କର୍ଣ୍ଣାଟକ, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ଜୟପୁର ଏବଂ ଉତ୍ତରାଖଣ୍ଡ ଭଳି ବିଭିନ୍ନ ରାଜ୍ୟର କାରିଗରମାନେ ଏହି କାର୍ଯ୍ୟ କରିଛନ୍ତି । ବାସନଗୁଡ଼ିକର ସେଟ୍‌କୁ ଫ୍ୟୁଜନ୍ ଏଲିଗାନ୍ସର ଥିମ୍‌ ଉପରେ ଡିଜାଇନ୍ କରାଯାଇଛି ।

ଆମେରିକା ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ଦିଲ୍ଲୀର ଆଇଟିସି ମୋର୍ଯ୍ୟା ହୋଟେଲର ୪୦୦ ରୁମ୍‌ ବୁକ୍‌ ହୋଇଛି । ହୋଟେଲର ମହଲନୁମା ଗ୍ରାଣ୍ଡ ପ୍ରେସିଡେଣ୍ଟାଲ ସ୍ୱିଟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରହିବେ । ଦିଲ୍ଲୀର ହୋଟେଲ କ୍ଲେରିଜସରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ପାଇଁ ବୁକ୍‌ ହୋଇଛି । ଏହି ହୋଟେଲରେ ଫ୍ରାନ୍ସର ରାଷ୍ଟ୍ରପତି ଏବଂ ତାଙ୍କ ସହଯୋଗୀ ରହିବେ । ହୋଟେଲ ଇମ୍ପେରିଆଲରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ରହିବେ । ହୋଟେଲ ଶଙ୍ଗରୀ ଲାରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ରହିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.