ତିରୁପତି ମନ୍ଦିରରେ ଭକ୍ତ ଚଢ଼ାଇଲେ ୨ କୋଟିର ୧୦୮ ସ୍ୱର୍ଣ୍ଣ କମଳ, ଭେଙ୍କଟେଶ୍ୱରଙ୍କ ଏହି ବିଶେଷ ପୂଜାରେ ହେବ ଉପଯୋଗ

ଆନ୍ଧ୍ର ପ୍ରଦେଶର ଚିତୋର ଜିଲ୍ଲାରେ ତିରୁମାଲା ପର୍ବତ ଉପରେ ରହିଛି ତିରୁପତି ବାଲାଜୀଙ୍କ ପ୍ରସିଦ୍ଧ ମନ୍ଦିର। ଏଠାକୁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଭଗବାନ ବିଷ୍ଣୁଙ୍କ ଅବତାର ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀଙ୍କୁ ଦର୍ଶନ କରିବାକୁ ଆସିଥାଆନ୍ତି।

ଆନ୍ଧ୍ର ପ୍ରଦେଶର ଚିତୋର ଜିଲ୍ଲାରେ ତିରୁମାଲା ପର୍ବତ ଉପରେ ରହିଛି ତିରୁପତି ବାଲାଜୀଙ୍କ ପ୍ରସିଦ୍ଧ ମନ୍ଦିର। ଏଠାକୁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଭଗବାନ ବିଷ୍ଣୁଙ୍କ ଅବତାର ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀଙ୍କୁ ଦର୍ଶନ କରିବାକୁ ଆସିଥାଆନ୍ତି। ଲୋକମାନେ ଏଠାରେ ହୃଦୟ ଖୋଲି ଦାନ କରନ୍ତି।

ଭଗବାନ ଭେଙ୍କଟେଶ୍ୱରଙ୍କ ପ୍ରତି ଭକ୍ତଙ୍କ ମଧ୍ୟରେ ଗଭୀର ଆସ୍ଥା ଓ ବିଶ୍ୱାସ ରହିଛି। ଏମିତି ହିଁ ଜଣେ ଭକ୍ତ ତିରୁପତି ବାଲାଜୀଙ୍କୁ ୧୦୮ ସୁନାର ଫୁଲ ଚଢ଼ାଇଛନ୍ତି, ଯାହାର ମୂଲ୍ୟ ୨ କୋଟି ଟଙ୍କା ବୋଲି କୁହାଯାଉଛି। ଆନ୍ଧ୍ରର କଡପ୍ପା ଜିଲ୍ଲାର ଡ. ରାଜା ରେଡ୍ଡୀ ନାମକ ଭକ୍ତ ବୁଧବାର ତିରୁପତି ମନ୍ଦିରରେ ପହଞ୍ଚି ଭଗବାନ ଭେଙ୍କଟେଶ୍ୱରଙ୍କୁ ୧୦୮ଟି ସ୍ୱର୍ଣ୍ଣ କମଳ ଦାନ କରିଛନ୍ତି।

ଏହି ୧୦୮ ସ୍ୱର୍ଣ୍ଣ କମଳ ଫୁଲ ସ୍ୱତନ୍ତ୍ର ରୂପେ ଶ୍ରୀଭାରୀ ଅଷ୍ଟଦଳ ପଦ ପଦ୍ମାରାଧନା ସେବା ପାଇଁ ପ୍ରସ୍ତୁତ କରାଯାଇଛି। ବାସ୍ତବରେ, ପଦ ପଦ୍ମାରାଧନା ସେବା ପ୍ରତି ମଙ୍ଗଳବାର ମନ୍ଦିରରେ ଅନୁଷ୍ଠିତ ହୁଏ। ପୁରୋହିତ ଭଗବାନଙ୍କ ନାମ ଗଣନା କରନ୍ତି। ଭଗବାନଙ୍କର ପ୍ରତ୍ୟେକ ନାମ ଜପ କରି ଦେବତାଙ୍କ ଚରଣରେ ଏକ ସ୍ୱର୍ଣ୍ଣ କମଳ ଅର୍ପଣ କରାଯାଇଥାଏ।

କହି ରଖୁଛୁ, ଏହା ପୂର୍ବରୁ ୧୯୮୪ରେ ଗୁଣ୍ଟୁର୍‌ର ଜଣେ ଭକ୍ତ ତିରୁପତି ମନ୍ଦିରରେ ୧୦୮ ସ୍ୱର୍ଣ୍ଣ କମଳ ଫୁଲ ଦାନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.