ପାକିସ୍ତାନ-ବାଂଲାଦେଶ ଲାଇଭ ମ୍ୟାଚରେ କଟିଗଲା ଷ୍ଟାଡିୟମ ଲାଇଟ୍‌, ୧୫ ମିନିଟ ଯାଏଁ ଖେଳ ବନ୍ଦ

ପାକିସ୍ତାନର ଅବସ୍ଥା ବେହାଲ । ପାକିସ୍ତାନ-ବାଂଲାଦେଶ ମ୍ୟାଚ ଚାଲିଥିବା ବେଳେ ୧୫ ମିନିଟ ଯାଏଁ ଗଦାଫି ଷ୍ଟାଡିୟମର ଲାଇଟ କଟିଯାଇଥିଲା । ୧୫ ମିନିଟ ଯାଏଁ ଲାଇନ କଟିବା ଯୋଗୁଁ ଖେଳାଳି ପଡିଆ ଛାଡି ଚାଲିଯାଇଥିଲେ । ଏବେ ଏହାକୁ ନେଇ ସୋସିଆଲ ମିଡିଆରେ ପାକିସ୍ତାନର ମଜାକ ଉଡାଉଛନ୍ତି ଲୋକେ ।

ହାରିସ ରୌଫ ଏବଂ ନସିମ ଶାହଙ୍କ ଦମଦାର ବୋଲିଂରେ ପାକିସ୍ତାନ ଏସିଆ କପ୍‌ ସୁପର-୪ ମ୍ୟାଚରେ ବାଂଲାଦେଶକୁ ୧୯୩ ରନରେ ହରାଇଛି । ମୁଶାଫିକୁର ରହିମ ଏବଂ ଶାକିବ ଅଲ ହସନଙ୍କ ଦମଦାର ଅର୍ଦ୍ଧଶତକ ବଳରେ ମଧ୍ୟ ଟିମ୍‌ ୩୮.୪ ବଲରେ ଅଲଆଉଟ୍‌ ହୋଇଯାଇଥିଲା । ହେଲେ ଏହି ମ୍ୟାଚରେ ଏମିତି କିଛି ଘଟିଥିଲା, ଯାହା ଜାଣିବା ପରେ ପାକିସ୍ତାନକୁ ଦୟା କରୁଛନ୍ତି ଲୋକେ ।

ପାକିସ୍ତାନ ବ୍ୟାଟିଂ କରୁଥିବା ବେଳେ ୫ ଓଭର ସମାପ୍ତ ହେବା ପରେ ଗଦାଫି ଷ୍ଟାଡିୟମର ଲାଇଟ ବନ୍ଦ ହୋଇଯାଇଥିଲା । ଷ୍ଟାଡିୟମରେ ଅନ୍ଧାର ହେବା ଯୋଗୁଁ ଖେଳକୁ ଅଧାରେ ରୋକିବାକୁ ପଡିଥିଲା । ଦୁଇ ଟିମର ଖେଳାଳି ପଡିଆ ଛାଡି ଚାଲିଯାଇଥିଲେ । ପାକିସ୍ତାନୀ ଓପନର ଡଗ ଆଉଟରେ ବସିଥିବାର ନଜର ଆସିଥିବା ବେଳେ ବାଂଲାଦେଶ ଖେଳାଳି ଡ୍ରେସିଂ ରୁମରେ ଆରାମ କରୁଥିବାର ଦେଖିବାକୁ ମିଳିଥିଲା ।

ଷ୍ଟାଡିୟମରେ ଥିବା ଫ୍ୟାନ୍ସ ମୋବାଇଲ ଟର୍ଚ୍ଚ ଲାଇଟ ଲଗାଇ ବସିଥିଲେ । ପାଖାପାଖି ୧୫ ମିନିଟ ମ୍ୟାଚ ବନ୍ଦ ରହିବା ପରେ ଲାଇଟ ଆସିଥିଲା ଏବଂ ଏହା ପରେ ମ୍ୟାଚ୍‌ ଆରମ୍ଭ ହୋଇଥିଲା । ଲାଇଭ ମ୍ୟାଚରେ ଲାଇନ କଟିବା ନେଇ ସୋସିଆଲ ମିଡିଆରେ ପାକିସ୍ତାନର ମଜାକ ଉଡିଛି । ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ମଜାଳିଆ କମେଣ୍ଟ ଦେଉଛନ୍ତି ।

ଗଦ୍ଦାଫି ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ବାଂଲାଦେଶ। ମାତ୍ର ୩୮.୪  ଓଭରରେ ୧୯୩ ରନ୍ କରି ଅଲଆଉଟ୍ ହୋଇଯାଇଥିଲା ବାଂଲାଦେଶ ଟିମ୍।
୧୯୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି ମୈଦାନକୁ ଓହ୍ଲାଇଥିଲେ ପାକିସ୍ତାନ । ଇମାମ-ଉଲ୍-ହକ୍ ଓ ମହମ୍ମଦ ରିଜୱାନ୍ ଅର୍ଦ୍ଧଶତକ କରି ଦଳକୁ ସହଜ ବିଜୟ ଭେଟି ଦେଇଛନ୍ତି। ହାରିସ ରୌଫ ୪, ନସିମ ଶାହ ୩ ଏବଂ ଶାହିନ ଆଫ୍ରିଦ, ଫହିମ ଅଶରଫ, ଇଫତିଖର ଅହମ୍ମଦ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ରୌଫ ପ୍ଲେୟର୍ ଅଫ୍ ଦ୍ ମ୍ୟାଚ୍ ବିବେଚିତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.