ଆଜିଠୁ ସାରା ଦେଶରେ ସ୍ୱଚ୍ଛତା ଅଭିଯାନ, ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ କ୍ୟାମ୍ପେନ୍‌

ପାନୀୟ ଜଳ ଓ ସ୍ୱଚ୍ଛତା ବିଭାଗ ଏବଂ ଗୃହ ଓ ସହରୀ କାର୍ଯ୍ୟ ମନ୍ତ୍ରଣାଳୟ ଶୁକ୍ରବାରଠାରୁ ସାରା ଦେଶରେ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ଗାନ୍ଧୀ ଜୟନ୍ତୀ ଅର୍ଥାତ୍‌ ଅକ୍ଟୋବର ୨ ପର୍ଯ୍ୟନ୍ତ ଚାଲିବ।

ପାନୀୟ ଜଳ ଓ ସ୍ୱଚ୍ଛତା ବିଭାଗ ଏବଂ ଗୃହ ଓ ସହରୀ କାର୍ଯ୍ୟ ମନ୍ତ୍ରଣାଳୟ ଶୁକ୍ରବାରଠାରୁ ସାରା ଦେଶରେ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ଗାନ୍ଧୀ ଜୟନ୍ତୀ ଅର୍ଥାତ୍‌ ଅକ୍ଟୋବର ୨ ପର୍ଯ୍ୟନ୍ତ ଚାଲିବ।

ଚଳିତ ବର୍ଷ ସ୍ୱଚ୍ଛତା ହିଁ ସେବା ଅଭିଯାନର ଥିମ୍ ରହିଛି ‘ଆବର୍ଜନା ମୁକ୍ତ ଭାରତ’। ଏହାର ଲକ୍ଷ୍ୟ ହେଉଛି, ସମ୍ପୂର୍ଣ୍ଣ ସ୍ୱଚ୍ଛ ଗ୍ରାମ ତଥା ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନଶୈଳୀରେ ସ୍ୱଚ୍ଛତା ଆଣିବା। ଏ ବର୍ଷ ଅଭିଯାନରେ ସ୍ୱଚ୍ଛତା ପାଇଁ ଶ୍ରମଦାନ ସବୁଠାରୁ ବଡ଼ ଆଧାର ରହିଛି।

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ଵତ ଏବଂ ସହରୀ କାର୍ଯ୍ୟ ମନ୍ତ୍ରୀ ହରଦୀପ ପୁରୀ ଭର୍ଚୁଆଲ ପ୍ରକ୍ରିୟାରେ ଏହି ଅଭିଯାନକୁ ଆରମ୍ଭ କରିଛନ୍ତି। ଏହି ଅଭିଯାନରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରୁ ଆବର୍ଜନା ସଫା କରାଯିବା ସହିତ ଡଷ୍ଟବିନ, ସର୍ବସାଧାରଣ ଶୌଚାଳୟ ଏବଂ ଅଳିଆ ବୋହୁଥିବା ଗାଡିକୁ ମରାମତି କରାଯିବ। ସେହିପରି ନଦୀ ଘାଟ, ଜଳଭଣ୍ଡାର, ପ୍ରାଣୀ ଉଦ୍ୟାନ, ଜାତୀୟ ପାର୍କ, ଅଭୟାରଣ୍ୟ ଆଦି ସ୍ଥାନକୁ ସଫା ସୁତରା କରାଯିବ।

ସମସ୍ତ ପର୍ଯ୍ୟଟନ ସ୍ଥଳୀ, ରେଳ ଷ୍ଟେସନ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ଭଳି ସ୍ଥାନରେ ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ସଞ୍ଚାଳିତ ହେବ। ରାଜ୍ୟରେ ଥିବା ସ୍କୁଲ ଏବଂ କଲେଜରେ ସ୍ୱଚ୍ଛତା କ୍ଲବ ସ୍ଥାପନ କରିବା ପାଇଁ କୁହାଯାଇଛି। ଏହି ଅଭିଯାନରେ ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ ମୁକ୍ତ ଉପରେ ବିଶେଷ ଧ୍ୟାନ ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.