Below header

ସ୍ୱାମୀ ଯଦି ଅନ୍ୟ ମହିଳାଙ୍କ ସହ ରୁହନ୍ତି ଅପରାଧ ନୁହେଁ, ଏହି ଆଧାରରେ ଦିଲ୍ଲୀ ହାଇକୋର୍ଟ ଦେଲେ ରାୟ

ଦିଲ୍ଳୀ ହାଇକୋର୍ଟ ଏକ ମାମଲାରେ ସ୍ୱାମୀ ଅନ୍ୟ ମହିଳାଙ୍କ ସହ ରହିବା ନେଇ ପତ୍ନୀ କରିଥିବା ଅଭିଯୋଗର ପିଟିସନକୁ ଖାରଜ କରିଦେଇଛନ୍ତି । ଏଥିସହ ସ୍ୱାମୀ ଅନ୍ୟ ମହିଳାଙ୍କ ସହ ରହିବାକୁ ମଧ୍ୟ ଅପରାଧ ବୋଲି ମାନି ନାହାଁନ୍ତି, ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ : ଦିଲ୍ଳୀ ହାଇକୋର୍ଟ ଏକ ମାମଲାରେ ସ୍ୱାମୀ ଅନ୍ୟ ମହିଳାଙ୍କ ସହ ରହିବା ନେଇ ପତ୍ନୀ କରିଥିବା ଅଭିଯୋଗର ପିଟିସନକୁ ଖାରଜ କରିଦେଇଛନ୍ତି । ଏଥିସହ ସ୍ୱାମୀ ଅନ୍ୟ ମହିଳାଙ୍କ ସହ ରହିବାକୁ ମଧ୍ୟ ଅପରାଧ ବୋଲି ମାନି ନାହାଁନ୍ତି, ଜାଣନ୍ତୁ କାହିଁକି ?

ସାଧାରଣତଃ କୌଣସି ବୈବାହିକ ଜୀବନରେ ପତି-ପତ୍ନୀଙ୍କ ମଧ୍ୟରେ କଳହକୁ ନେଇ ଯଦି କେହି ଅନ୍ୟ ପୁରୁଷ କିମ୍ବା ମହିଳାଙ୍କ ସହ ରୁହନ୍ତି,ଏହାକୁ ନ୍ୟାୟିକ ପ୍ରକ୍ରିୟାରେ ଠିକ ବୋଲି କୁହାଯାଇ ନଥାଏ। ହେଲେ ଏପରି ଏକ ମାମଲାର ବିଚାର କରି ଦିଲ୍ଳୀ ହାଇକୋର୍ଟ ସ୍ୱାମୀଙ୍କୁ ଠିକ୍‌ ବୋଲି କହିଛନ୍ତି । ବିବାହ ପରେ ମଧ୍ୟ ସ୍ୱାମୀ ଅନ୍ୟ ଜଣେ ମହିଳାଙ୍କ ସହ ରହୁଥିଲେ ।

ହିନ୍ଦୁ ମ୍ୟାରେଜ ଆକ୍ଟ ଆଇପିସି ଧାରା ୪୯୪ ଅନୁଯାୟୀ କୌଣସି ପୁରୁଷ ବା ମହିଳା ନିଜର ଜୀବନ ସାଥୀ ଜୀବିତ ଥିବା ବେଳେ ଦ୍ୱିତୀୟ ବିବାହ କରିବା ଅପରାଧ ଅଟେ । ଏଥିପାଇଁ ଯଦି ପତି କିମ୍ବା ପତ୍ନୀ ସ୍ୱୀକୃତି ଦେଇଥିଲେ ମଧ୍ୟ ଏହା ଗ୍ରହଣଯୋଗ୍ୟ ନୁହେଁ ବୋଲି ଆଇନରେ ଉଲ୍ଲେଖ ରହିଛି ।

ମାମଲା :

ଜଣେ ମହିଳା ଦିଲ୍ଲୀ ହାଇକୋର୍ଟରେ ତାଙ୍କ ସ୍ୱାମୀଙ୍କ ବିରୋଧରେ ଏକ ମାମଲା ଦାୟର କରିଥଲେ ଯେ ତାଙ୍କ ସ୍ୱାମୀ ଅନ୍ୟ ଜଣେ ମହିଳାଙ୍କ ସହ ରହୁଛନ୍ତି । ଏହି ମାମଲାର ବିଚାର କରି କୋର୍ଟ ତାଙ୍କ ରାୟରେ କହିଥିଲେ ଯେ ଯଦି ଦମ୍ପତି ଜଣେ ଅନ୍ୟ ଜଣଙ୍କ ସହ ଦୀର୍ଘ ସମୟ ଧରି ନରହିଥାନ୍ତି କିମ୍ବା ପୁଣି ଥରେ ସେମାନଙ୍କର ମିଳନ ହେବାରେ ସମ୍ଭାବନା ନଥାଏ ।

ଏବଂ ପତି ଯଦି ଅନ୍ୟ ମିହଳାଙ୍କ ସହ ଶାନ୍ତିରେ ରହୁଛନ୍ତି,ତେବେ ଏହାକୁ କ୍ରୁରତା ଭାବେ ବିବେଚନା କରାଯିବ ନାହିଁ । କାରଣ ଛାଡପତ୍ର ମାମଲା ଦୀର୍ଘ ସମୟ ଲାଗୁଥିବାରୁ ପତି ଯଦି ଅନ୍ୟ ମହିଳାଙ୍କ ସହ ରୁହନ୍ତି,ଏହା ଦୋଷଯୁକ୍ତ ବା ପାରିବାରିକ କ୍ରୁରତା ଭାବେ ଦେଖାଯିବ ନାହିଁ ବୋଲି କୋର୍ଟ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.