Below header

ଦିଲ୍ଲୀ: JNUରେ ତେଜିଲା ଛାତ୍ର ସଂଗଠନର ଆନ୍ଦୋଳନ, ଫି ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ

ଦିଲ୍ଲୀ(କେନ୍ୟୁଜ୍) : ତେଜିଲା ଦିଲ୍ଲୀ ଜବାହରଲାଲ ନେହରୁ ଛାତ୍ର ସଂଗଠନର ଆନ୍ଦୋଳନ । ଫି ବୃଦ୍ଧି ପ୍ରତିବାଦରେ ଛାତ୍ର ଛାତ୍ରୀ ମାନେ କ୍ୟାମ୍ପସ ପରିସରରେ ଆନ୍ଦୋଳନ କରୁଛନ୍ତି ।ବ୍ୟାରିକେଡ ଭାଙ୍ଗିବାବେଳେ ପୋଲିସ ସହ ଛାତ୍ରଛାତ୍ରୀଙ୍କ ଧସ୍ତାଧସ୍ତି ହୋଇଛି । ଉପରାଷ୍ଟ୍ରପତିଙ୍କ ଦୀକ୍ଷାନ୍ତ ସମାରୋହକୁ ଛାତ୍ର ଛାତ୍ରୀ ବର୍ଜନ କରିଛନ୍ତି । ୪୦ ପ୍ରତିଶତ ଛାତ୍ର ଗରିବ ଶ୍ରେଣୀର ହୋଇଥିବାରୁ ଫି ବୃଦ୍ଧି ହେଲେ ସେମାନେ କିଭଳି ଏଠାରେ କିଭଳି ରହିବେ ବୋଲି ପ୍ରଶ୍ନ କରିଛି ଛାତ୍ର ସଂଗଠନ । ଫି ବୃଦ୍ଧି ପ୍ରତିବାଦରେ ଗତ କିଛି ଦିନ ହେବ ଆନ୍ଦୋଳନ ଚାଲିଥିବା ବେଳେ ଆଜି ଏହାକୁ ଜୋରଦାର କରାଯାଇଛି। JNU ବାହାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.