ନୂଆପଡା: ଆତଙ୍କ ଖେଳାଇଛି କଲରାପତରିଆ ବାଘ, ଗୁହାଳରେ ପଶି ଛେଳି ଏବଂ ଗାଈଙ୍କୁ କରୁଛି ଆକ୍ରମଣ

ନୂଆପଡ଼(କେନ୍ୟୁଜ୍):   ଆତଙ୍କ ଖେଳାଇଛି କଲରାପତରିଆ ବାଘ । ଗୁହାଳରେ ପଶି ଛେଳି ଏବଂ ଗାଈଙ୍କୁ କରୁଛି ଆକ୍ରମଣ । କିଛି ଦିନ ହେବ ନୂଆପଡା ଜିଲ୍ଲାର ଜଙ୍ଗଲ ତଳିଆ ଅଞ୍ଚଳର ଥିବା ଗାଁ ଗୁଡିକରେ ଏକ କଲରାପତରିଆ ବାଘ ଆତଙ୍କ ଖେଳାଉଛି। ସଂଧ୍ୟା ହେଲେ ବାଘ ଭୟରେ ତାଟି କବାଟ ବନ୍ଦ କରି ରହୁଛନ୍ତି ଗାଁ ଲୋକ । ଗତ କାଲି ରାତିରେ ଗୁହାଳରେ ବାଘଟି ପସି ଏକ ଛେଳିକୁ ମାରି ଖାଇଥିବା ଅଭିଯୋଗ ହୋଇଛି। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ଖୋଳତାଡ କରିଛନ୍ତି। କ୍ଷତିଗ୍ରସ୍ତ ଛେଳି ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକ। ସେପଟେ ସରକାରଙ୍କ ନିୟମ ଅନୁସାରେ ସମସ୍ତଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଖଡିଆଳ ରେଞ୍ଜର । ରାତିରେ ପଦାକୁ ନବାହାରିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.