Below header

ଡାଇପର ଛାଡ଼ିନଥିବା ଏହି ଛୁଆଟି ମାରୁଛି ସଚୀନଙ୍କ ଭଳି ସଟ, ଦେଖନ୍ତୁ ଭିଡିଓ

କୁନି କ୍ରିକେଟରଙ୍କ ସୁପର ସଟ୍‌ । ଚଡି ପିନ୍ଧି ସଚିନଙ୍କ ପରି ଲଗାଉଛନ୍ତି ଦମଦାର ସିକ୍ସ । ଏଭଳି ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ପାଲଟିଛି ସେନ୍ସେସନ୍‌ । ଏପରିକି ଏହି କୁନି କ୍ରିକେଟରର ଫ୍ୟାନ୍‌ ବନିଯାଇଛନ୍ତି ଇଂଲଣ୍ଡର ପୂର୍ବତନ ଖେଳାଳି ତଥା କମେଣ୍ଟେଟର୍‌ ମାଇକେଲ୍‌ ଓ୍ଵଗ୍‌ । ଏହି ଭିଡିଓକୁ ସେ ନିଜ ଟୁଇଟର ଆକାଉଣ୍ଟରେ ସେୟାର୍‌ କରିଛନ୍ତି ।

ଭିଡିଓରେ ଦେଖିବାକୁ ମିଳୁଛି ଏହି ଟିକି ପିଲାଟି ଟି- ସର୍ଟ ପିନ୍ଧିଛି । ହେଲେ ତଳେ ପ୍ୟାଣ୍ଟ କିମ୍ବା ଜିନ୍ସ ନୁହେଁ, ବରଂ ଡାଏପର ପିନ୍ଧି ମାରୁଛି ସଚିନଙ୍କ ପରି ସଟ୍‌ । ଭଲ ଭାବରେ ଦେଖନ୍ତୁ ଏହି ଭିଡିଓକୁ । କିଭଳି ଜଣେ ଅଭିଜ୍ଞ ଖେଳାଳି ଭାବରେ ସବୁ ବଲରେ ଲମ୍ବା ସଟ୍‌ ମାରୁଛି ପିଲାଟି । ଯେମିତି ଦମଦାର ସଟ୍‌ ସେମିତି ଦମଦାର ଷ୍ଟାଇଲ୍‌ । ତେବେ ଏହି ଭିଡିଓଟି କେଉଁ ସ୍ଥାନର ତାହା ଏଯାଏ ସ୍ପଷ୍ଟ ଜଣା ପଡିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.