Below header

ହାର୍ଟ ଆଟାକ୍‌ ରେ ହେଉଥିବା ମୃତ୍ୟୁକୁ ନେଇ ଡାକ୍ତର ଦେଲେ ଆଶ୍ଚର୍ଯ୍ୟଜନକ ତଥ୍ୟ, କରୋନା ସହ ହୋଇପାରେ ସମ୍ବନ୍ଧ

ଦେଶରେ ଏବେ ଅଚାନକ ହାର୍ଟ ଆଟାକରେ ମୃତ୍ୟୁ ହେବା ମାମଲା ସଂଖ୍ୟା ବୃଦ୍ଧି ପାଇଥିବା ନେଇ ଜଣାଡିିଛି । କେବେ ପାର୍ଟିରେ ନାଚୁଥିବା ବେଳେ ତ କେବେ ଖେଳୁଥିବା ସମୟରେ, ତ କେବେ ଜିମରେ ଅଚାନକ ହାର୍ଟ ଆଟାକ ହେବା ଯୋଗୁ ମୃତ୍ୟୁ ହେଉଥିବା ଦେଖିବାକୁ ମିଳୁଛି । ପ୍ରତି ବର୍ଗର ଲୋକେ ଏହି ସ୍ଥିତିରେ ଗତି କରୁଛନ୍ତି । ଏହାକ ନେଇ ଡାକ୍ତର ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି । ଡାକ୍ତରଙ୍କ ମତରେ ଅଚାନକ ହାର୍ଟ ଆଟାକ ହେବା କରୋନା ସହ ଜଡିତ ବୋଲି ଆଶଙ୍କା କରାଯାଉଛି ।

ଏମ୍ସର କାର୍ଡିଓଲୋଜି ପ୍ରଫେସର ଡାକ୍ତର ରାକେଶ ଯାଦବ କହିଛନ୍ତି ଯେ ଏହାକୁ ଲଙ୍ଗ କୋଭିଡ ସହ ଯୋଡା ଯାଇପାରେ । ତେବେ ଅଚାନକ କାର୍ଡିଆକ୍‌ ଆଟାକ ଜନିତ ରୋଗ କରୋନା ସହ ସମ୍ପର୍କୀତ ହୋଇପାରେ ବୋଲି ସଠିକ ତଥ୍ୟ ନାହିଁ । ତେବେ ମାମଲାକୁ ଦେଖି ଏହା କୁହାଯାଇପାରେ ।

୨୦୨୦ ରେ ଇଣ୍ଡିଆନ ହାର୍ଟ ଜର୍ଣ୍ଣାଲ (ଆଇଏଚଜେ) ଏ ସମ୍ପର୍କରେ ତାଙ୍କ ସମ୍ପାଦକୀୟରେ ଏକ ଆଲେଖ୍ୟ ପ୍ରକାଶ କରିଥିଲା । ଏଥିରେ ଅଚାନକ ହାର୍ଟ ଆଟାକ କରୋନା କାରଣ ବୋଲି ପ୍ରକାଶ ପାଇଥିଲା । ଏଥିରେ ଅନିୟମିତା ହୃଦୟ ଗତି ଓ ଦୁର୍ବଳ ହାର୍ଟ ମସଲ ସମ୍ପର୍କରେ କୁହାଯାଇଥିଲା ।

ଲକ୍ଷଣକୁ କରନ୍ତୁ ନାହିଁ ଅଣଦେଖା

ଏମ୍ସର ପ୍ରଫେସର କହିଛନ୍ତି, ସମୟ ଅତିକ୍ରାନ୍ତ ହେବା ସହ ହାର୍ଟ ସମ୍ପର୍କିତ ସମସ୍ୟା ବା ଅନ୍ୟ ଅସୁବିଧା କାରଣରୁ ହାର୍ଟ ଆଟାକ କାରଣ ହେଉଥିବାରୁ ଏହାକୁ ଅଣଦେଖା କରିବା କଥା ନୁହେଁ । ତେଣୁ ମଝିରେ ମଝିରେ ହାର୍ଟ ଚେକଅପ କରାଇନେବା ଜରୁରୀ ବୋଲି ସେ କହିଥିଲେ ।

ଏପରି ମୃତ୍ୟୁର କାରଣ ଜାଣିବା ଜରୁରୀ

ଫୋରେନ୍ସିକ ଓ ଟକ୍ସିକୋଲୋଜି ପ୍ରଫେସର ଓ ପ୍ରମୁଖ ଡାକ୍ତର ସୁଧୀ ଗୁପ୍ତାଙ୍କ ଅନୁସାରେ ଯଦି ମୃତ୍ୟୁ କିଛି ଅଜଣା ହାର୍ଟ ରୋଗ କାରଣରୁ ହେଉଛି,ତେବେ ପରିବାର ଲୋକେ ଏହାକୁ ସ୍କ୍ରନିଂ କରିବା କଥା । ମୃତ୍ୟୁର କାରଣ ଖୋଜିବା ନିହାତି ଆବଶ୍ୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.