Below header

ପୁଣି ସୁନିତା ୱିଲିୟମ୍ସ ରଚିବେ ଇତିହାସ : କରିବେ ମାହାକାଶ ଯାତ୍ରା

ଭାରତୀୟ ମୂଳ ଭାବେ କାର୍ୟ୍ୟରତ ମହାକାଶଚାରୀ ସୁନିତା ୱିଲିୟମ୍ସ ପୁଣି ଥରେ ରଚିବାକୁ ଯାଉଛନ୍ତି ଇତିହାସ। ହିନ୍ଦୁସ୍ଥାନୀ ଝିଅ ମାଟିରୁ ନେଇ ମହାକାଶ ପର୍ୟ୍ୟନ୍ତ ନିଜର ଭିନ୍ନ ପରିଚୟ ସୃଷ୍ଟି କରି ସାରିଛନ୍ତି। ନାସା ନିଜର ପ୍ରଥମ ମହାକାଶ ଯାତ୍ରା ପାଇଁ ଯାତ୍ରୀଙ୍କ ନାମ ଘୋଷଣା କରିଛି। ଏଥିରେ ସାମିଲ ରହିଛନ୍ତି ହେଜିନମେର ଭାରତୀୟ ମୂଳ ସୁନିତା ୱିଲିୟମ୍ସ ସହିତ ଆଉ ୯ଜଣ ମହାକାଶଚାରୀ। ଏହି ମହାକାଶ ଯାତ୍ରାରେ ବ୍ୟବହାର ହେଉଥିବା ଯାନକୁ ଅମେରିକୀ ଅନ୍ତରୀକ୍ଷ ଏଜେନ୍ସିର ବାଣିଜୀକ କରୁ କାର୍ୟ୍ୟକ୍ରମରେ ସ୍ପେସ୍ ଏକ୍ସ ଏବଂ ବୋଇଙ୍ଗ୍ ଦ୍ବାରା ବିକଶିତ କରାଯାଇଛି।

ଏହି ମହାକାଶ ଯାତ୍ରାକୁ ୨୦୧୯ ମସିହାର ମଧ୍ୟ ଭାଗରେ ପ୍ରଥମ ଥର ପାଇଁ ପରୀକ୍ଷା ମୂଳକ କରାଯିବ। ଅନ୍ୟ ମହାକାଶଚାରୀ ମାନଙ୍କ ମଧ୍ୟରେ ସାମିଲ ରହିଛନ୍ତି , ବେକ୍ଟର ଗ୍ଲେବର, ମେସିଲ ହୋପିକିଂସ୍ , ରୋବର୍ଟ ବେନକେନ୍, ଡ଼ଗଲସ ହର୍ଲ, ନିକୋଲସ ମାନ, କ୍ରିଷ୍ଟଫର ଫର୍ଗୁସନ, ଏରିକ ବୋ, ଓର ଜୋଶ କସାଡ଼ା ରହିଛନ୍ତି। ଏଥି ସହ ୨୦୧୧ ପରେ ଅମେରିକାର ମାଟିରୁ ମହାକାଶ ପାଇଁ ଯାତ୍ରା କରୁଥିବା ଏହା ପ୍ରଥମ କରୁ ଅଟେ। ସୁନିତା ୱିଲିୟମ୍ସ ଏବଂ ଜୋଶ କସାଡ଼ା ଏହି ବୋଇଙ୍ଗରେ ଯାତ୍ରା କରିବେ। ଜୋଶ କସାଡ଼ାଙ୍କର ଏହା ପ୍ରଥମ ମହାକାଶ ଯାତ୍ରା । ତେବେ ନାସା ପ୍ରାଇଭେଟ ସ୍ପେସଶିପ୍ କର୍ମଶାଳା ସ୍ପେସକ୍ରାଫ୍ ଦ୍ବାରା କିଛି ବ୍ୟକ୍ତିଙ୍କୁ ଅନ୍ତର୍ଜାତୀୟ ଅନ୍ତରୀକ୍ଷ କେନ୍ଦ୍ର ପଠାଯାଉଛି। ଆପଣଙ୍କ ସୂଚନା ପାଇଁ ଏବେ ସୁନିତା ୱିଲିୟମ୍ସ ଅମେରିକା ନେଭିର କ୍ୟାପଟେନ୍ ଭାବେ ମଧ୍ୟ କାର୍ୟ୍ୟକାରୀ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.