କୋରାପୁଟ ମେଡିକାଲ କଲେଜରେ ପାରା ମେଡିକାଲ କର୍ମଚାରୀଙ୍କ ଧାରଣା

କୋରାପୁଟ : ମେଡିକାଲ କଲେଜରେ ପାରା ମେଡିକାଲ କର୍ମଚାରୀଙ୍କ ଧାରଣା । ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲ ପରିସରରେ ସେମାନେ ଧାରଣାରେ ବସିଛନ୍ତି । ଅଭିଯୋଗ ହୋଇଛି, ପାରା ମେଡିକାଲ୍ କର୍ମଚାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି ଜିଲ୍ଲାପାଳ । ପ୍ରତିବାଦରେ ସେମାନେ କାର୍ୟ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି । ଫଳରେ ମେଡିକାଲରେ ବାଧାପ୍ରାପ୍ତ ହୋଇଛି ରୋଗୀ ସେବା । ଜିଲ୍ଲାପାଳଙ୍କ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି ଆନ୍ଦୋଳନକାରୀ । ସେହିପରି କୋରାପୁଟରୁ ଜୟପୁରକୁ ବଦଳିକୁ ବି ସେମାନେ ବିରୋଧ କରୁଛନ୍ତି ।

Leave A Reply

Your email address will not be published.