Below header

ଜାଣନ୍ତୁ, ଶ୍ରାବଣ ମାସର ମହତ୍ବ !

ଶ୍ରାବଣ ମାସରେ ଅନେକ ପର୍ବ ଆସିଥାଏ କିନ୍ତୁ ଏହି ପୂରା ମାସ ଭଗବାନ ଶିବଙ୍କର ପୂଜାରେ ସର୍ମପଣ ହୋଇଥାଏ । ମାନ୍ୟତା ଅଛିକି ଭଗବାନ ଶିବଙ୍କର ପୂଜା କରୁଥିବା ମହିଳାମାନଙ୍କୁ ଅଖଣ୍ଡ ସୌଭାଗ୍ୟବତୀର ବରଦାନ ମିଳିଥାଏ ଏବଂ ଯେଉଁ କନ୍ୟାଙ୍କର ବିବାହ ହୋଇପାରି ନାହିଁ ସେମାନଙ୍କୁ ଭଗବାନ ଶିବଙ୍କ କୃପାରୁ ମନ ପସନ୍ଦର ବର ପ୍ରାପ୍ତି ହୋଇଥାଏ । ପୁରୁଷମାନେ ଜୀବନରେ ସଫଳତା ଏବଂ ସୁଖ ପାଇବା ପାଇଁ ଶିବଙ୍କୁ ଆରଧନା କରିଥାନ୍ତି । ଏହା ଛଡା ଶ୍ରବଣ ମାସରେ ଶିବଙ୍କୁ ପୂଜା କରିବା ଦ୍ବାରା ଆଉ ଅନ୍ୟ ଲାଭ ମଧ୍ୟ ହୋଇଥାଏ ।

• ଶିବ ଆରଧନାରୁ ଲାଭ : ଅନ୍ୟ ମାସରେ ଭଗବାନ ଶିବଙ୍କୁ ମଧ୍ୟ ପୂଜା କରିବା ଉଚିତ୍ କିନ୍ତୁ ଶ୍ରବଣ ମାସରେ ଶିବ ଆରଧନା କରିବା ଦ୍ବାରା ବାକି ଦିନ ମାନଙ୍କ ମଧ୍ୟରୁ ୧୦୮ ଗୁଣା ଅଧିକ ଲାଭ ହୋଇଥାଏ ।

• ଗ୍ରହ ଦୋଷରୁ ରକ୍ଷା ମିଳିଥାଏ : ଜନ୍ମ କୁଣ୍ଡଳିରେ କିଛି ଅଶୁଭ ଗ୍ରହଙ୍କ କାରଣରୁ ବ୍ୟକ୍ତିଙ୍କୁ ଅନେକ ସମସ୍ୟା ଭୋଗିବାକୁ ପଡିଥାଏ । ଯଦି ଆପଣ କୌଣସି ଗ୍ରହ ଦୋଷରେ ପୀଡିତ ଅଛନ୍ତି ତ, ଭଗବାନ ଶିବଙ୍କର ଆରଧନା କରନ୍ତୁ । ଭାଗ୍ୟର ଦେବତା ହେଉଛନ୍ତି ଶନି । ଶିବଙ୍କୁ ପୂଜା କରିବା ଦ୍ବାରା ଶନି ଦେବତାଙ୍କ କୃପା ମିଳିଥାଏ । ସମସ୍ତ ଦେବାଦେବୀଙ୍କ ଠାରୁ ଶିବ ଜଲଦି ପ୍ରର୍ସନ୍ନ ହୋଇଥାନ୍ତି ।

• ଶିବ ଆମକୁ ରକ୍ଷା କରିଥାନ୍ତି : ଦେବତା ଏବଂ ରାକ୍ଷାଶଙ୍କ ମଧ୍ୟରେ ହୋଇଥିବା ସମୁଦ୍ର ମନ୍ଥନ ସମୟରେ ସମୁଦ୍ରରୁ ବାହାରିଥିବା ହଳାହଳ ବିଷ ସମଗ୍ର ପୃଥିବୀକୁ ନଷ୍ଟ ହୋଇଯାଇଥାନ୍ତା କିନ୍ତୁ ଏଥିରୁ ରକ୍ଷା କରିବା ପାଇଁ ଭଗବାନ ଶିବ ଏହି ହଳାହଳ ବିଷକୁ ପାନ କରିଥିଲେ । ଏହି ଘଟଣା ଶ୍ରାବଣ ମାସରେ ହିଁ ହୋଇଥିଲା ଏହି କାରଣରୁ କୁହାଯାଏ କି, ଶିବ ଶଙ୍କର ଏହି ମାସରେ ତାଙ୍କର ସମସ୍ତ ଭକ୍ତଙ୍କୁ ରକ୍ଷା କରିଥାନ୍ତି ।

• ମନ ପସନ୍ଦର ବର ପ୍ରାପ୍ତି : ଭଗବାନ ଶିବଙ୍କୁ ଆଦର୍ଶ ପୁରୁଷଙ୍କର ଉପାଧି ଦିଆଯାଇଛି । ଶିବ ପୁରାଣ ଅନୁସାରେ ଯଦି କୌଣସି କନ୍ୟା ଭଗବାନ ଶିବଙ୍କର ପୂଜା କରିଥାନ୍ତି ସେହିମାନଙ୍କୁ ମନମୁତାବକ ବର ମିଳିଥାଏ । ବିବାହ ଜୀବନରେ ସୁଖ ପାଇବା ପାଇଁ ବିବାହିତ ସ୍ତ୍ରୀ ମାନେ ମଧ୍ୟ ଶିବଙ୍କୁ ପୂଜା କରିଥାନ୍ତି ।

• ସମସ୍ତ ଦୋଷ ଦୂର ହୋଇଥାଏ : ଏହି ମାସରେ କାଳ ସର୍ପ ଯୋଗର ନିର୍ବାରଣର ପୂଜା, ପିତୃଦୋଷ ନିର୍ବାରଣର ପୂଜା କରାଯାଇଥାଏ । ଭଗବାନ ଶିବଙ୍କ କୃପାରୁ ସମସ୍ତ ଦୋଷ ଖଣ୍ଡନ ହୋଇଥାଏ ।

• ଉତ୍ତମ ସ୍ବ୍ୟସ୍ଥର ପ୍ରାପ୍ତି : କୁହାଯାଇଥାଏ ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ ଜପ କରିବା ଦ୍ବରା ଭଗବାନ ଶିବ ଅକାଳ ମୃତ୍ୟୁରୁ ବଂଚାଇଥାନ୍ତି । ଶିବ ଶକ୍ତିର ପ୍ରତୀକକୁ ଧାରଣ କରିବା ଦ୍ବାରା ଅନେକ ରୋଗରୁ ରକ୍ଷା ମିଳିଥାଏ ।

• ମୋକ୍ଷ ପ୍ରାପ୍ତି : ହିନ୍ଦୁ ଧର୍ମରେ ଶିବଙ୍କୁ ସଂହାର କର୍ତ୍ତା ବୋଲି କୁହାଯାଇଥାଏ । ଏହି କଥା ଉପରେ ଆଉ ଏକ ମାନ୍ୟତା ରହିଛି କି, ଶିବ ଆରଧନା କରୁଥିବା ବ୍ୟକ୍ତିଙ୍କର ମୃତ୍ୟୁ ପରେ ମୋକ୍ଷ ପ୍ରାପ୍ତି ହୋଇଥାଏ ।

• ଜ୍ୟୋତ୍ରୀଲିଙ୍ଗର ପୂଜା ସହ ଏକା ହୋଇଥାଏ ଶିବ ପୂଜା : ଭଗବାନ ଶିବଙ୍କର ୧୨ଟି ତିର୍ଥ ସ୍ଥାନ ଅଛି ଏବଂ ଏହାକୁ ଏକାସହିତ ଜ୍ୟୋତ୍ରୀଲିଙ୍ଗ ବୋଳି କୁହାଯାଇଥାଏ । ମାନ୍ୟତା ଅଛି ଏହି ୧୨ଟି ଜ୍ୟୋତ୍ରୀଲିଙ୍ଗକୁ ପୂଜା କରିବା ଦ୍ବାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଶ୍ରାବଣ ମାସରେ ଶିବଙ୍କର ପୂଜା କରିବା ଫଳରେ ଜ୍ୟୋତ୍ରୀଲିଙ୍ଗକୁ ପୂଜା କରିବା ଠାରୁ ଅଧିକ ଲାଭ ମିଳିଥାଏ ।

• ସୁଖର ଆଗମନ : ଭଗବାନ ଶିବଙ୍କୁ ବହୁତ ସହଜରେ ପ୍ରର୍ସନ୍ନ କରିହୁଏ । ବେଲ ପତ୍ର ଶିବଙ୍କର ବହୁତ ପସନ୍ଦ ହୋଇଥାଏ । ଭଗବାନ ଶିବଙ୍କୁ ତାଙ୍କ ମନପସନ୍ଦର ଜିନିଷ ପ୍ରଦାନ କରିବା ଦ୍ବାରା ବିବାହରେ ସୁଖ ଆସିଥାଏ । ସନ୍ତାନ ଏବଂ ପରିବାରରେ ସୁଖ ଲାଗି ରହିଥାଏ ।

• ସ୍ବାମୀଙ୍କର ଲମ୍ବା ଆୟୂଶ : କିମ୍ବଦନ୍ତୀ ଅଛି ଯେଉଁ ପତିବ୍ରତା ନାରୀ ଶ୍ରାବଣ ମାସରେ ଖାସ୍ କରି ଶ୍ରାବଣ ସୋମବାର ଦିନି ଭଗବାନ ଶିବଙ୍କର ପୂଜା ଆରଧନା କରି ବ୍ରତ ପାଳିଥାନ୍ତି ସେମାନଙ୍କର ସ୍ବାମୀଙ୍କ ଆୟୂଶ ଲମ୍ବା ହୋଇଥାଏ । ,ହା ସହ ବିବାହ ଜୀବନ ସୁଖମୟ ମଧ୍ୟ ହୋଇଥାଏ ।

• ଶନିଙ୍କର ଅଶୁଭ ପ୍ରଭାବ ହୋଇଥାଏ ଦୂର : ଶନିବାର ଦିନ ରୁଦ୍ରଭିଷେକ କରିବା ଦ୍ବାରା ଜାତରେ ଥିବା ଶନି ଦୋଷ ଦୂରେଇଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.