ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କ ଘରେ ଅଜଣା ବ୍ୟକ୍ତି ନିହତ

ଶ୍ରୀନଗର : ନ୍ୟାସନାଲ୍ କନଫରେନ୍ସ ମୁଖ୍ୟ ତଥା ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କ ଘରେ ଧସେଇ ପଶିବାକୁ ଉଦ୍ୟମ ବେଳେ ଅଜଣା ବ୍ୟକ୍ତି ନିହତ । ସୁରକ୍ଷାକର୍ମୀଙ୍କ ଗୁଳିରେ ତାର ମୃତ୍ୟୁ ହୋଇଛି । ପୋଲିସ ସୂଚନା ଅନୁସାରେ, ଜଣେ ସନ୍ଦିଗ୍ଧ ଆଜି ହଠାତ୍ ଦ୍ରୁତ ଗତିରେ କାର୍ ଚଳାଇ ଫାରୁକ୍ ଅବଦୁଲ୍ଲାଙ୍କ ଘରର ମୁଖ୍ୟ ଫାଟକରେ ପ୍ରବେଶ କରିଥିଲେ । ଭିତରକୁ ଯିବାକୁ ଉଦ୍ୟମ କରିବା ବେଳେ ତାଙ୍କୁ ଅଟକାଇଥିଲେ ସୁରକ୍ଷାକର୍ମୀ ।

ଏତିକିବେଳେ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଶେଷରେ ସିଆରପିଏଫ୍ ଯବାନଙ୍କ ଗୁଳିରେ ତାର ମୃତ୍ୟୁ ହୋଇଥିଲା । ଏତିକିବେଳେ ଫାରୁକ ଅବଦୁଲ୍ଲା ଘରେ ନଥିଲେ । ମୃତକଙ୍କ ଆଧାର କାର୍ଡରୁ ଜଣା ପଡ଼ିଛି, ତାଙ୍କ ଘର ଜମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାରେ । ତେବେ ସେ କାହିଁକି ଆସିଥିଲେ, ତାହା ଅସ୍ପଷ୍ଟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.