ସଞ୍ଜୁ ପରେ ଏହି ବାୟୋପିକରେ ନଜର ଆସିବେ ରଣବୀର

ମୁମ୍ବାଇ : ବଲିଉଡ଼ରେ ଯେପରି ଚାଲିଛି ବାୟୋପିକର ମେଳା। ଏହି ତାଲିକାରେ ସାମିଲ ହୋଇଛି ମହାନ ଗଣିତଜ୍ଞ ବଶିଷ୍ଠ ନାରାୟଣ ସିଂଙ୍କ ବାୟାପିକରେ ଅଭିନୟ କରିବେ ରଣବୀର କପୁର। ନିର୍ଦ୍ଦେଶକ ପ୍ରକାଶ ଝା ଏହି ଫିଲ୍ମ ନିର୍ମାଣ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। କିନ୍ତୁ ଏଥର ପ୍ରକାଶ ଝା ତାଙ୍କ ମନପସନ୍ଦ ଅଭିନେତା ଅଜୟ ଦେବଗନଙ୍କ ବଦଳରେ ଲଭର ବଏ ରଣବୀରଙ୍କୁ ଏଥିରେ କାଷ୍ଟ କରିବାକୁ ନିଷ୍ପତି ନେଇଛନ୍ତି। କାରଣ ସୂଚନା ଅନୁଯାୟୀ ଏବେ ଅଜୟ ଓ ପ୍ରକାଶ ଝାଙ୍କ ମଧ୍ୟରେ ସଂପର୍କ ଆଉ ସେତେଟା ଭଲ ନାହିଁ। ଏହା ଛଡା ଅଜୟ ଏବେ ରୋହିତ ସେଟ୍ଟୀଙ୍କ ଫିଲ୍ମ କ୍ୟାମ୍ପରେ ବ୍ୟସ୍ତ ରହିଛନ୍ତି।

ଏଭଳି ସମୟରେ ନିରୁପାୟ ହୋଇ ରଣବୀରଙ୍କ ଉପରେ ଭରସା କରିଛନ୍ତି ନିର୍ଦ୍ଦେଶକ ପ୍ରକାଶ ଝା। କିନ୍ତୁ ଏହି ବାୟୋପିକରେ ରଣବୀର ଅଭିନୟ କରିବେ କି ନାହିଁ ସେନେଇ କୌଣସି ସୂଚନା ଦେଇନାହାଁନ୍ତି । ତେବେ ନିକଟରେ ଅଭିନେତା ସଞ୍ଜୟ ଦତ୍ତଙ୍କ ବାୟୋପିକରେ ଜବରଦସ୍ତ ଅଭିନୟ କରିଥିଲେ ରଣବୀର କପୁର। ଏଥି ସହ ଅଭିନେତା ସଞ୍ଜୟ ଦତ୍ତଙ୍କ ଜୀବନର ଘଟଣାକୁ ଚମତ୍କାର ଢଙ୍ଗରେ ଫିଲ୍ମରେ ପ୍ରଦର୍ଶନ କରିଛନ୍ତି ନିର୍ଦ୍ଦେଶକ ରାଜକୁମାର ହିରାନୀ । ଫିଲ୍ମ ରିଲିଜକୁ ମାସେ ହୋଇଥିଲେ ମଧ୍ୟ ବକ୍ସ ଅଫିସରେ ସଞ୍ଜୁର ଧୂଆଁଧାର କଲେକ୍ସନ୍ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.