Below header

ୱେବ ପୋର୍ଟାଲ ଓ ୟୁ ଟ୍ୟୁବରେ ମିଥ୍ୟା ଖବର ପ୍ରସାରଣକୁ ନେଇ ପ୍ରତିକ୍ରିୟା ରଖିଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ(କେ ନ୍ୟୁଜ): ଗୁରୁବାର ମାନ୍ୟବର ସୁପ୍ରିମ କୋର୍ଟ ୱେବ ପୋର୍ଟାଲ ଓ ୟୁ ଟ୍ୟୁବ ଚ୍ୟାନେଲରେ ପ୍ରସାରିତ ହେଉଥିବା ମିଛ ତଥା ଭିତ୍ତିହୀନ ଖବରକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି । କୌଣସି ନିର୍ଦ୍ଦିଷ୍ଟ ନୀତି ନିୟମ ନଥିବାରୁ ଏପରି ଘଟଣା ବାରମ୍ବାର ଘଟୁଥିବା ନେଇ ସୁପ୍ରିମକୋର୍ଟ କହିଛନ୍ତି । ଏହା ସହ ସୁପ୍ରିମ କୋର୍ଟ ଏହା ମଧ୍ୟ କହିଛନ୍ତିକି, ଯଦି ଆପଣ ଥରେ ୟୁ ଟ୍ୟୁବ ଖୋଲିକି ଦେଖିବେ ତେବେ ଅନେକ ସଂଖ୍ୟାରେ ମିଥ୍ୟା ଖବର ନିଶ୍ଚିତ ରୂପେ ପାଇବେ । କୌଣସି ନିର୍ଦ୍ଦିଷ୍ଟ ନିୟମକାନୁନ ନଥିବାରୁ ଯେକେହି ଯେକୌଣସି ସମୟରେ ଅତି ସହଜରେ ୟୁ ଟ୍ୟୁବରେ ନିଜ ନିଜର ଚ୍ୟାନେଲ ଖୋଲିପାରୁଛନ୍ତି । ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଏନଭି ରମନା, ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଏ ଏସ ବୋପାନ୍ନାଙ୍କୁ ନେଇ ଗଠିତ ହୋଇଥିବା ଖଣ୍ଡପୀଠ ଏହି ମତ ରଖିଛନ୍ତି । ଜମିୟତ ଉଲେମା – ଏ- ହିନ୍ଦଙ୍କ ଦ୍ୱାରା ଦାୟର ହୋଇଥିବା ଏକ ଜଚିକା ଉପରେ କରୁଥିବା ଶୁଣାଣି ସମୟରେ ହିଁ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ଯେଉଁଥିରେ କେନ୍ଦ୍ରକୁ ନିଜାମୁଦ୍ଦିନର ଏକ ଧାର୍ମିକ ସଭା ସହ ଜଡିତ ଫର୍ଜ୍ଜି ସମାଚାର ପ୍ରସାର ରୋକିବା ସହ ଏହା ଉପରେ କଠୋର ପଦକ୍ଷେପ ନେବା ପାଇଁ ଜାଚିକା ଦାୟର ହୋଇଥିଲା ।

ଆଉ ଏ ନେଇ ଦୋଷୀ ମାନଙ୍କୁ ଦଣ୍ଡ ଦିଆଯିବା ନେଇ ମଧ୍ୟ ଦାବି ହୋଇଥିଲା । ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଏହା ମଧ୍ୟ କହିଛନ୍ତିକି, ବିନା କୌଣସି ଯାଞ୍ଚରେ ଏହି ପୋର୍ଟାଲ ଗୁଡିକ ଜଜ ତଥା ଅନ୍ୟ ମାନଙ୍କ ନାଁରେ ଏଣୁ ତେଣୁ ଲେଖି ଆସୁଛନ୍ତି । ମୁଖ୍ୟ ବିଚାରପତି ଏହା ମଧ୍ୟ କହିଛନ୍ତିକି, ପ୍ରାଇଭେଟ ସମାଚାର ଚ୍ୟାନେଲ ଗୁଡିକରେ ଦେଖାଯାଉଥିବା ଖବର ଗୁଡିକରେ ଯଥେଷ୍ଟ ସାମ୍ପ୍ରଦାୟିକ ମିଶି ରହିଥାଏ । ଏମିତି ହେବା ଦ୍ୱାରା ଦେଶର ବଦନାମ ହେବାର ଅଧିକ ଆଶଙ୍କା ଥାଏ । ଏହା ସହ କୋର୍ଟ ପ୍ରଶ୍ନ କରିଛନ୍ତିକି, “କଣ ଆପଣ କେବେ ପ୍ରାଇଭେଟ ଚ୍ୟାନେଲ ଗୁଡିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଛନ୍ତିକି ?” ସୋସିଆଲ ମିଡିଆରେ କେବଳ ଶକ୍ତିଶାଳୀ ଶବ୍ଦ ଗୁଡିକୁ ହିଁ ଶୁଣାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.