ନେଲପଲିସ୍‌ ଲଗାଇଲେ ଆଉ ତ୍ରାହି ନାହିଁ, ଦେଖୁ ଦେଖୁ ଆଙ୍ଗୁଠି କାଟି ଦେଉଛନ୍ତି ତାଲିବାନୀ

ଦେଖୁ ଦେଖୁ ମାତ୍ର କିଛି ଦିନ ମଧ୍ୟରେ ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ଭାବେ କବ୍‌ଜା କରିନେଇଛି ତାଲିବାନ। ଏବେ ସେଠାରେ ମହିଳାଙ୍କୁ ସମସ୍ତ ସୁବିଧା ସୁଯୋଗ ଦିଆଯିବ ବୋଲି ତାଲିବାନ୍‌ ଘୋଷଣା କରିଥିବା ବେଳେ ପ୍ରକୃତରେ କିନ୍ତୁ ସେମିତି କିଛି ହେଉନାହିଁ। ଆଫଗାନିସ୍ତାନ ଦଖଲ କରିବା ପରେ ତାଲିବାନ୍‌ ପକ୍ଷରୁ ଏକ ପ୍ରେସ୍‌ମିଟ୍‌ କରାଯାଇ କୁହାଯାଇଥିଲା ଯେ ସେମାନେ ମହିଳାଙ୍କୁ ଶରିୟା ଆଇନ୍‌ ଅନୁସାରେ ସମ୍ପୂର୍ଣ୍ଣ ହକ୍‌ ଓ ସମ୍ମାନ ଦେବେ। କିନ୍ତୁ ସେଠାକାର ଲୋକେ ଆଫଗାନିସ୍ତାନର ପ୍ରକୃତ ମହିଳାଙ୍କ ଅବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି।

ଫେସ୍‌ବୁକ୍‌ରେ ଆଫଗାନିସ୍ତାନରେ ରହୁଥିବା ଜଣେ ଯୁବତୀ ସେଠାରେ ଝିଅଙ୍କ ଉପରେ କିଭଳି ଅତ୍ୟାଚାର କରାଯାଉଛି ସେ ସମ୍ପର୍କରେ କହିଛନ୍ତି। ସେ କହିଛନ୍ତି, ଦେଶରେ ଝିଅଙ୍କୁ ଜିନ୍ସ ଓ ଟି-ସାର୍ଟ ପିନ୍ଧିଲେ ପ୍ରବଳ ମାଡ଼ ମରାଯାଉଛି। ଏଥିସହ ଏବେ ଖବର ଆସୁଛି ଯେ ସେଠାରେ ନେଲପଲିସ୍‌ ଲଗାଉଥିବା ଝିଅଙ୍କର ଆଙ୍ଗୁଠି କାଟି ଦିଆଯାଉଛି।

ଖାସ୍‌ କରି କାବୁଲର ଝିଅମାନଙ୍କ ଉପରେ ଅଧିକ ଅତ୍ୟାଚାର କରାଯାଉଛି। ରିପୋର୍ଟ ମୁତାବକ, ସେଠାକାର ଝିଅମାନେ ରଙ୍ଗୀନ୍‌ ନେଲପଲିସ୍‌ ଲଗାଇଥିବାର ଯଦି ତାଲିବାନୀଙ୍କ ଆଖିରେ ପଡ଼େ, ତେବେ ସେମାନେ ତାଙ୍କ ଆଙ୍ଗୁଠି କାଟି ଦେଉଛନ୍ତି। କିଛି ଦିନ ପୂର୍ବରୁ ତାଲିବାନମାନେ ଜଣେ ସାମ୍ବାଦିକଙ୍କୁ ନିର୍ଦ୍ଧୁମ୍‌ ପିଟିଥିଲେ। ଉକ୍ତ ସାମ୍ବାଦିକ ଆଫଗାନ୍‌ ପୋଷାକ ପିନ୍ଧି ନଥିଲେ ବୋଲି ତାଲିବାନ୍‌ମାନେ ତାଙ୍କୁ ଅକଥନୀୟ ନିର୍ଯାତନା ଦେଇଥିଲେ ବୋଲି ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.