Below header

ଏମବିବିଏସ୍‌  ପ୍ରଥମ ବର୍ଷ ପରୀକ୍ଷାରେ ପାସ କରିବା ପାଇଁ ୪ ଥର ଯଥେଷ୍ଟ ନୁହେଁ ବୋଲି ଚ୍ୟାଲେଞ୍ଜ ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଆଜି (ଶୁକ୍ରବାର) ଏମବିବିଏସ ପ୍ରଥମ ବର୍ଷ ପରୀକ୍ଷାରେ ପାସ୍‌ ପାଇଁ ୪ ଥର ସୁଯୋଗ ଦେବା ନେସନାଲ ମେଡିକାଲ କମିସନ(ଏନଏମସି) ନିୟମର ଚ୍ୟାଲେଞ୍ଜ ପିଟିସନକୁ ଖାରଜ କରିଦେଇଛନ୍ତି । ଏନଏମସିର ଏହି ନିୟମକୁ ଚ୍ୟାଲେଞ୍ଜ କରି ବହୁ ପିଟିସନ ସୁପ୍ରିମକୋର୍ଟରେ ଦାଖଲ ହୋଇଥିଲା ।

ଚିଫ୍‌ ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୁଡ, ଜଷ୍ଟିସ ପି ଏସ ନରସିଂମା ଏବଂ ଜଷ୍ଟିସ ଜେ ବି ପର୍ଦିଓ୍ଵାଲାଙ୍କ ଖଣ୍ଡପୀଠ ଏହି ପିଟିସନର ଶୁଣାଣି କରି ୪ ଟି ସୁଯୋଗ କ’ଣ ପର୍ଯ୍ୟାପ୍ତ ନୁହେଁ ବୋଲି ପ୍ରଶ୍ନ କରିଥିଲେ । ପୂର୍ବରୁ ପ୍ରଥମ ବର୍ଷ ଏମବିବିଏସ୍‌ ପରୀକ୍ଷାରେ ପାସ କରିବାର ଅନେକ ସୁଯୋଗ ରହିଥିଲା । ମାତ୍ର ୨୦୧୯ ମସିହାରେ ଏନଏମସି ଏହି ନୂଆ ନିୟମ ଲାଗୁ କରି ପ୍ରଥମ ବର୍ଷ ଏମବିବିଏସ ପାସ୍‌ ପାଇଁ ସର୍ବାଧିକ ୪ ଟି ସୁଯୋଗ ରଖିଛି । ଯାହାକୁ ଚ୍ୟାଲେଞ୍ଜ କରି ବହୁ ପିଟିସନ ସୁପ୍ରିମକୋର୍ଟରେ ଦାଖଲ ହୋଇଥିଲା ।

ବରିଷ୍ଠ ଆଡଭୋକେଟ ପିଏସ ପଟଓ୍ଵାଲିଆ ପିଟିସନରଙ୍କ ପକ୍ଷରୁ ଯୁକ୍ତି ଦର୍ଶାଇଥିଲେ ଯେ ଏହି ନୂଆ ନିୟମ ୦୬.୧୧.୨୦୧୯ ରେ ଲାଗୁ ହୋଇଥିଲା । ହେଲେ ଯେଉଁ ଛାତ୍ରମାନେ ଜୁନ ୨୦୧୯ ରେ ଆଡମିଶନ କରିଛନ୍ତି, ସେମାନଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ ହୋଇଛି । ତେଣୁ ପିଛିଲା ଭାବେ ଲାଗୁ ହୋଇଥିବା ନିୟମ ଓ ସୁପ୍ରମକୋର୍ଟଙ୍କ ରାୟ ଏହି ମାମଲାରେ ମେଳ ଖାଉନାହିଁ ।

୨୦୧୯-୨୦ ବ୍ୟାଚ ପାଇଁ ଏହି ନିୟମ ପ୍ରଜୁଜ୍ୟ ନୁହେଁ ବୋଲି ଆଡଭୋକେଟ ପଟଓ୍ଵାଲିଆ ଯୁକ୍ତି ଦର୍ଶାଇଥିଲେ । କୋର୍ଟ ଆହୁରି ମଧ୍ୟ କରୋନା କାଳରେ କ୍ଲାସ ଠିକ ଭାବେ ହୋଇନଥିବା କଥା ମଧ୍ୟ ଦର୍ଶାଇଥିଲେ ।

ହେଲେ, ‘‘ତଥାପି ତୁମେ ୪ ଟି ସୁଯୋଗ ପାଉଛ’’ ବୋଲି ସୁପ୍ରିମକୋର୍ଟ ଚିଫ୍‌ ଜଷ୍ଟିସ କହିଥିଲେ । ୨୦୧୯-୨୦ ବ୍ୟାଚ୍‌ ପିଲାଙ୍କ ପାଇଁ କେରଳ ହାଇକୋର୍ଟ ଅନୁକମ୍ପାମୂଳକ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶନାମା ଜାରି କରିଛନ୍ତି ବୋଲି ଆଡଭୋକେଟ ପଟଓ୍ଵାଲିଆ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.