ଷ୍ଟାରଲିଙ୍କ୍‌ ସାହାଯ୍ୟରେ ଡ୍ରୋନ୍‌ ଉଡାଇ ପାରିବନି ୟୁକ୍ରେନ, ସ୍ପେସ୍‌ଏକ୍ସ ସୀମିତ କଲା ବିଧା

ନୂଆଦିଲ୍ଲୀ : ଷ୍ଟାର ଲିଙ୍କ ସାହାଯ୍ୟ ନେଇ ଡ୍ରୋନ୍‌ ଉଡାଇ ପାରିବନି ୟୁକ୍ରେନ। ଏଲନ ମସ୍କଙ୍କ ସ୍ପେସ୍‌ ଏକ୍ସ ଷ୍ଟାର ଲିଙ୍କ ସୁବିଧାକୁ ସୀମିତ କରି ଦେଇଛି। ରୁଷ ଆକ୍ରମଣ ପରଠାରୁ ୟୁକ୍ରେନକୁ ଇଣ୍ଟରନେଟ୍‌ ସୁବିଧା ଯୋଗାଇବାକୁ ହଜାର ହଜାର ସଂଖ୍ୟାରେ ଷ୍ଟାର ଲିଙ୍କ ସୁବିଧା ଦେଇଛି ସ୍ପେସ୍‌ ଏକ୍ସ।

କିନ୍ତୁ ୟୁକ୍ରେନ ଏହି ସୁବିଧାର ଫାଇଦା ନେଇ ଡ୍ରୋନ ଜରିଆରେ ରୁଷକୁ ଟାର୍ଗେଟ୍‌ କରୁଛି। ଯାହା ସ୍ପେସ ଏକ୍ସ ନୀତି ବିରୋଧୀ। ତେଣୁ ଷ୍ଟାଲ ଲିଙ୍କ ସୁବିଧାକୁ ସୀମିତ କରିଛି ସ୍ପେସ୍‌ ଏକ୍ସ। ଷ୍ଟାର ଲିଙ୍କ ସୁବିଧାକୁ ଅସ୍ତ୍ରଶସ୍ତ୍ର ବ୍ୟବହାର ପାଇଁ ପ୍ରୟୋଗ କରି ହେବ ନାହିଁ ବୋଲି କହିଛି କମ୍ପାନୀ ।