୨ ବର୍ଷ ପରେ ରିଷ୍ଟୋର ହେଲା ଟ୍ରମ୍ପଙ୍କ ଫେସବୁକ, ଇନଷ୍ଟାଗ୍ରାମ ଆକାଉଣ୍ଟ
ନୂଆଦିଲ୍ଲୀ : ରିଷ୍ଟୋର ହେଲା ଟ୍ରମ୍ପଙ୍କ ଫେସବୁକ, ଇନଷ୍ଟାଗ୍ରାମ ଆକାଉଣ୍ଟ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉଭୟ ଫେସବୁକ ଓ ଇନଷ୍ଟାଗ୍ରାମ୍ ଆକାଉଣ୍ଟକୁ ରିଷ୍ଟୋର୍ କରିଛି ମେଟା । ବ୍ୟାନ୍ ହେବାର ପ୍ରାୟ ୨ ବର୍ଷ ପରେ ଟ୍ରମ୍ପଙ୍କ ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ଆକାଉଣ୍ଟ୍ ରିଷ୍ଟୋର୍ ହୋଇଛି ବୋଲି ମେଟା ପକ୍ଷରୁ ଘୋଷଣା ହୋଇଛି ।
୨୦୨୧ ମସିହା ଜାନୁଆରି ମାସରେ ଆମେରିକାରେ ହୋଇଥିବା କ୍ୟାପିଟଲ୍ ହିଲ୍ ଦଙ୍ଗା ପରେ ଟ୍ରମ୍ପଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟକୁ ୨ ବର୍ଷ ପାଇଁ ସ୍ଥଗିତ ରଖାଯାଇଥିଲା। ରିଷ୍ଟୋର କରିବା ସହ ସର୍ତ୍ତ ରଖିଛି ମେଟା । ଟ୍ରମ୍ପ୍ ପୁଣି ଥରେ ସୋସିଆଲ୍ ମିଡିଆ ନୀତି ବିରୋଧୀ କାର୍ଯ୍ୟ କଲେ ତାଙ୍କ ବିରୋଧରେ ଜରିମାନା ଲାଗୁ କରାଯିବ ବୋଲି ମେଟା ସୂଚାଇ ଦେଇଛି । ଟ୍ରମ୍ପଙ୍କ ଇନଷ୍ଟାଗ୍ରାମରେ ୨୩ ମିଲିୟନ୍ ଫଲୋର୍ସ ଥିଲେ ।