Below header

ତୁର୍କୀରେ ‘ଅପରେସନ ଦୋସ୍ତ’, ୬ବର୍ଷୀୟ ଶିଶୁକୁ ଉଦ୍ଧାର କଲା ଏନଡିଆରଏଫ୍‌ ଟିମ୍‌

ନୂଆଦିଲ୍ଲୀ : ଭୂକମ୍ପ ଭଳି ବିପଦ ସମୟରେ ତୁର୍କୀକୁ ସହାୟତାର ହାତ ବଢ଼ାଇଛି ଭାରତ । ଭୂକମ୍ପ କ୍ଷତିଗ୍ରସ୍ତଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ଭାରତର ଏନଡିଆରଏଫ ଟିମ୍‌ । ଆଜି ତୁର୍କୀରେ ଜଣେ ୬ବର୍ଷୀୟ ଶିଶୁକୁ ଧ୍ୱଂସ ସ୍ତୁପ ତଳୁ ଉଦ୍ଧାର କରିଛି ଏନଡିଆରଏଫ୍‌ ଟିମ୍‌ । ଅପରେସନ ଦୋସ୍ତ ଅଧିନରେ ଭାରତ ତୁର୍କୀ ଏବଂ ସିରିୟାକୁ ସହାୟତା ହାତ ବଢାଇଛି।

ଭାରତୀୟ ଟିମ୍‌ ତୁର୍କୀରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତୁର୍କୀରେ ମୁତୟନ ହୋଇଥିବା ଏନଡିଆରଏଫ ଟିମ ଏକ ୬ ବର୍ଷର ଶିଶୁକୁ ଭଗ୍ନାବଶେଷ ତଳୁ ଜୀବିତ ଉଦ୍ଧାର କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରାଳୟ ମୁଖପାତ୍ର ଟ୍ଵିଟ କରି ଏହି ସୂଚନା ଦେଇଛି । ତୁର୍କୀକୁ ଭାରତ ଏନଡିଆରଏଫ ଟିମ୍‌ ମେଡିକାଲ ଉପକରଣ, ଡାକ୍ତରୀ ଦଳ ଏବଂ ଉଦ୍ଧାର ଉପକରଣ ପଠାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.