Below header

ଗ୍ଲୋବାଲ ଟେଣ୍ଡରକୁ ନେଇ ରାଜ୍ୟ ରାଜ୍ୟ ଭିତରେ ପ୍ରତିଯୋଗିତା ଚାହୁଁଛ କି?, କେନ୍ଦ୍ର ସରକାରଙ୍କୁ ତାଗିଦ୍‌ କଲେ ସୁପ୍ରିମକୋର୍ଟ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟଗୁଡିକ ଟିକା ପାଇଁ ଡାକୁଛନ୍ତି ଗ୍ଲୋବାଲ ଟେଣ୍ଡର। ରାଜ୍ୟ-ରାଜ୍ୟ ଭିତରେ ପ୍ରତିଯୋଗିତା। ଟିକା ପାଇଁ ଏହା କଣ କେନ୍ଦ୍ରର ନୀତି କି? କୋଭିଡ୍‌ ସମ୍ପର୍କିତ ମାମଲାର ଶୁଣାଣି କରି  ଜଷ୍ଟିସ ଡି.ଓ୍ଵାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ ଏଲ୍‌. ନାଗେଶ୍ୱର ରାଓ, ଜଷ୍ଟିସ ଏସ୍‌. ରବୀନ୍ଦ୍ର ଭଟ୍ଟ ଏହି ପ୍ରଶ୍ନ ଉଠାଇଛନ୍ତି। ମୁମ୍ବାଇର ଉଦାହରଣ ଦେଇ କହିଥିଲେ, ଦେଖିବାକୁ ମିଳୁଛି ମ୍ୟୁନିସିପାଲ କର୍ପୋରେସନ ଓ ରାଜ୍ୟ ଉଭୟ ଗ୍ଲୋବାର ଟେଣ୍ଡର ଡାକିଛନ୍ତି। ଏହା କଣ ସରକାରଙ୍କ ନୀତି କି ମ୍ୟୁନିସିପାଲ କର୍ପୋରେସନ ଓ ରାଜ୍ୟଗୁଡିକ ନିଜସ୍ୱ ଉପାୟରେ ଗ୍ଲୋବାଲ ଟେଣ୍ଡର କରି ଟିକା ସଂଗ୍ରହ କରିବେ। କେବଳ ଏତିକ ନୁହଁ କେନ୍ଦ୍ର ଏ ଯାଏ ଟିକାକୁ ନେଇ ଜାତୀୟ ନୀତି ସମ୍ପର୍କିତ ତଥ୍ୟ ପ୍ରଦାନ କରିନଥିବାରୁ କେନ୍ଦ୍ରକୁ ତାଗିଦ୍‌ କରିଛନ୍ତି ସୁପ୍ରିମକୋର୍ଟ। ସେପଟେ କେନ୍ଦ୍ର ସରକାରଙ୍କ ତରଫରୁ ସଲିିସିଟର ଜେନେରାଲ କହିଛନ୍ତି, ରାଜ୍ୟ ରାଜ୍ୟ ଭିତରେ ପ୍ରତିଯୋଗିତା ନାହିଁ। ଯେଉଁ ରାଜ୍ୟ ଅଧିକ ପଇଠ କରିବ ତାକୁ ଟିକା ମିଳିବ ଏପରି ସ୍ଥିତି ନାହିଁ। ସେପଟେ ଟିକାର ମୂଲ୍ୟକୁ ନେଇ କୌଣସି ନୀତି ଅଛି କି ନାହିଁ ବୋଲି ପଚାରିଛନ୍ତି ସୁପ୍ରିମକୋର୍ଟ। ଟିକାର ଭିନ୍ନଭିନ୍ନ ମୂଲ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି।vaccinatuion

ବର୍ତ୍ତମାନ ୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କୁ ରାଜ୍ୟ ସରକାର ଟିକାକରଣ କରୁଛନ୍ତି। ଏହି ବର୍ଗ ଲାଗି କେନ୍ଦ୍ର ସରକାର ଟିକା ଯୋଗାଉ ନାହାନ୍ତି। ତେଣୁ କୋର୍ଟ ପ୍ରଶ୍ନ କରିଛନ୍ତି କାହିଁକି ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଯୋଗାଉଛ, କାହିଁକି ୪୫ ବର୍ଷରୁ କମ୍‌ ବୟସ୍କଙ୍କ ପାଇଁ ନିଷ୍ପତ୍ତି ରାଜ୍ୟ ଉପରେ ଛାଡିଛ। ଦ୍ୱିତୀୟ ୱେଭରେ ୪୫ ବର୍ଷରୁ କମ ବୟସ ବର୍ଗ ମଧ୍ୟ କଷ୍ଟ ସହିଛନ୍ତି। ୧୮ରୁ ୪୪ ବର୍ଷ ବୟସ ବର୍ଗ ମଧ୍ୟରେ ଅନ୍ୟ ରୋଗରେ ପୀଡିତ କଣ ନାହାନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ।

ଟିକା ସ୍ଲଟ୍‌ ପାଇବାକୁ କୋୱିନ୍‌ ପୋର୍ଟାଲରେ ପଞ୍ଜିକରଣକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଦେଶରେ ବହୁ ସଂଖ୍ୟାରେ ନାଗରିକ ସ୍ମାର୍ଟ ଫୋନ୍‌ ଓ ଇଣ୍ଟରନେଟ୍‌ରୁ ବଞ୍ଚିତ। ଜଷ୍ଟିସ୍‌ ଡି ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ତୁମେ ସବୁ ବେଳେ ଡିଜିଟାଲ ଇଣ୍ଡିଆ କହୁଛ, କିନ୍ତୁ ତୃଣମୂଳ ସ୍ତରରେ ବାସ୍ତବ ଚିତ୍ର କଣ ଜାଣ ନାହଁ? ଗ୍ରାମାଞ୍ଚଳ ଲୋକେ କୋୱିନ୍‌ରେ ପଞ୍ଜିକରଣ କରି ପାରିବେ? ଆପଣ କେମିତି ଆଶା କରୁଛନ୍ତି ସେମାନେ ପଞ୍ଜିକରଣ କରିପାରିବେ ? ପ୍ରବାସୀ ଶ୍ରମିକ ପ୍ରସଙ୍ଗରେ ଉତ୍ତର କଣ ? ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ।

 

ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି କହିଛନ୍ତି, ଡୋଜ୍‌ ସଂଖ୍ୟା ଉପରେ ନଜର ରଖିବା ସହ କେଉଁ ଟିକା କାହାକୁ ଦିଆଯାଉଛି ତାଉପରେ ନଜର ରଖିବାକୁ ପୋର୍ଟଲରେ ପଞ୍ଜିକରଣ କରାଯାଉଛି। ଯେଉଁମାନଙ୍କ ପାଖରେ ସ୍ମାର୍ଟ ଫୋନ ନାହିିଁ ସେମାନଙ୍କ ପାଇଁ ପ୍ରତି ଗାଁରେ ସେବା କେନ୍ଦ୍ର ଖୋଲା ଯାଇଛି। ଏହାପରେ ପ୍ରବାସୀ ଶ୍ରମିକଙ୍କ ପ୍ରସଙ୍ଗ ଉଠାଇଥିଲେ କୋର୍ଟ। ଯେଉଁ ପ୍ରସଙ୍ଗରେ କୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି ତାର ଉତ୍ତର ଦୁଇ ସପ୍ତାହ ମଧ୍ୟରେ ଦେବାକୁ କେନ୍ଦ୍ରକୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.