ହଂକଂରେ ମିଳୁଛି ନିଆରା ଅଫର, କୋଭିଡ ଭ୍ୟାକ୍ସିନ ଲଗାନ୍ତୁ ଏବଂ ନେଇଯାଆନ୍ତୁ ୧୦ କୋଟି ଟଙ୍କା!

କେବଳ ଭାରତ ନୁହେଁ, ସାରା ବିଶ୍ୱରେ କରୋନା ମହାମାରୀକୁ ରୋକିବା ପାଇଁ ଟିକାକରଣ ଅଭିଯାନ ଚାଲିଛି। ତେବେ ଏମିତି ଏକ ଦେଶ ଅଛି, ଯେଉଁଠି ଟିକା ନେବା ଉପରେ ୧୦ କୋଟିରୁ ଅଧିକ ଟଙ୍କା ଜିତିବାର ମଉକା ଦିଆଯାଉଛି। ସୂଚନା ମୁତାବକ, ହଂକଂର ଏକ ଡେଭେଲପର କମ୍ପାନୀ ଟିକା ନେଉଥିବା ଲୋକଙ୍କୁ ଏହି ଅଜବ ଅଫର ଦେଉଛି।

ଯଦି ଆପଣ ଟିକା ନେଉଛନ୍ତି, ତା’ହେଲେ ଆପଣଙ୍କୁ ୧.୪ ମିଲିୟନ ଡଲାର ଅର୍ଥାତ ପାଖାପାଖି ୧୦ କୋଟି ଅର୍ଥରାଶି ପୁରସ୍କାର ଆକାରରେ ମିଳିପାରିବ। ଯଦିଓ ଏହି ରାଶି କ୍ୟାଶରେ ନୁହେଁ, ବରଂ ଲଟେରୀ ଜରିଆରେ ଜିତା ଯାଇପାରିବ ଏବଂ ବିଜେତାଙ୍କୁ ଏହି ଦାମର ଏକ ବ୍ରାଣ୍ଡ ନ୍ୟୁ ଆପାର୍ଟମେଣ୍ଟ ଦିଆଯିବ।

ସିନୋ ଗ୍ରୁପ ନାମକ କମ୍ପାନୀ ଟ୍ୟାଙ୍କ ଫୋଙ୍ଗ ଫାଉଣ୍ଡେସନ ସହିତ ମିଶି ଲୋକଙ୍କୁ ଟିକା ନେବା ପାଇଁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ଅଫର ଦେଉଛି। ଏହି ଅଫରରେ ପାଖାପାଖି ୪୫୦ ବର୍ଗଫୁଟର ଆଲିଶାନ ଘର ପୁରସ୍କାରରେ ଦିଆଯାଉଛି। ତେବେ ଦେଶରେ ଭ୍ୟାକ୍ସିନେଶନ ପାଇଁ ଲୋକେ ଘରୁ ବାହାରିବା ପାଇଁ ପ୍ରସ୍ତୁତ ନାହାନ୍ତି। ଏ ପର୍ଯ୍ୟନ୍ତ ମାତ୍ର ୧୨ ପ୍ରତିଶତ ଲୋକ ହିଁ ଟିକା ନେଇ ସାରିଛନ୍ତି।

Leave A Reply

Your email address will not be published.