Below header

ମୟୁରଭଞ୍ଜ: କଳହ ହେଲା କାଳ, ଧାରୁଆ ଅସ୍ତ୍ରରେ ସ୍ବାମୀ ନେଇଗଲା ସ୍ତ୍ରୀର ଜୀବନ

କରଞ୍ଜିଆ(କେନ୍ୟୁଜ୍): ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ସିଆଳିନଇଁ ବସ୍ତିରେ ଘଟିଛି ଏକ ଅଭାବନୀୟ ଘଟଣା ।କିଛି ଦିନ ପୂର୍ବରୁ ସିଆଳିନଇଁ ଠାରେ ବନବିଭାଗ ଦ୍ୱାରା ବିସ୍ଥାପିତ ହଇ ଆସିଥିବା କିଛି ଖଡ଼ିଆ ପରିବାର ଏଠାରେ ରହୁଛନ୍ତି। ହେଲେ ଆଜି ଏଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ।

ଆଜି ଦିନ ଦ୍ବିପ୍ରହରରେ କୌଣସି କାରଣ ଯୋଗୁଁ  ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏଥିରେ ସ୍ୱାମୀ ଶ୍ୟାମ ସୁନ୍ଦର ଦେହୁରୀ  ଉତକ୍ଷିପ୍ତ ହୋଇ ନିଜର ସ୍ତ୍ରୀ  ସୁଟକି ଦେହୁରୀକୁ  ଏକ ଧାରୁଆ ଅସ୍ତ୍ର  କିମ୍ବା ପଥରରେ ମୁଣ୍ଡକୁ ଶକ୍ତ ଆଘାତ ଦେଇଥିଲା । ଯାହା ଫଳରେ ମୁଣ୍ଡ ଏବଂ ବେକରେ  ଆଘାତ ଲାଗି  ସ୍ତ୍ରୀ  ସୁଟକି ଦେହରୀର ଘଟଣା ସ୍ଥଳରେ ହିଁ  ମୃତ୍ୟୁ  ହଇଥିଲା ।ଖବର ପାଇ କରଞ୍ଜିଆ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ଯାଞ୍ଚ କରିବା ସହିତ ସ୍ୱାମୀ ଶ୍ୟାମସୁନ୍ଦର ଦେହୁରୀକୁ ଅଟକ ରଖି ହତ୍ୟାର କାରଣ ଖୋଜୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.