ଆମେରିକା: ୩୫ ବର୍ଷୀୟା ଶିକ୍ଷୟିତ୍ରୀ ଟପିଗଲେ ସବୁ ସୀମା, ୧୭ ବର୍ଷୀୟ ଛାତ୍ରଙ୍କ ସହିତ ରଖିଲେ ଯୌନ ସମ୍ବନ୍ଧ! ଏବେ ଜେଲରେ ରହିବେ ୧୨ ବର୍ଷ

ଆମେରିକାର ଉଇସ୍କନସିନରେ ରହୁଥିବା ୩୫ ବର୍ଷୀୟା ଜଣେ ଶିକ୍ଷୟିତ୍ରୀ ଏବି ଡିବସ ନିଜ ପୂର୍ବ ଛାତ୍ରଙ୍କ ସହିତ ରଖିଥିବା ଯୌନ ସମ୍ପର୍କ କଥାକୁ ସ୍ୱୀକାର କରିଛନ୍ତି। ଶିକ୍ଷୟିତ୍ରୀ ଜଣକ କହିଛନ୍ତି, ଗତ ଉଇକେଣ୍ଡରେ ଆମେ ଏହି କଥା ଉପରେ ଚର୍ଚ୍ଚା କରିଥିଲୁ କି, ଦୁହେଁ ପରସ୍ପର ବିଷୟରେ କ’ଣ ଅନୁଭବ କରୁଛୁ ଏବଂ ନିଷ୍ପତ୍ତି ନେଇଥିଲୁ ଯେ ଲାଇନ କ୍ରସ କରିବୁ ନାହିଁ।

ଏବେ ଏବି ଡିବସ ମାନିଛନ୍ତି କି, ସେ ଏବଂ ୧୭ ବର୍ଷୀୟ ଉକ୍ତ ଛାତ୍ର ଘରେ ହିଁ ଅନେକ ଥର ସେକ୍ସ କରିଛନ୍ତି। ଏହି ମାମଲାରେ ପୋଲିସର କହିବା ହେଲା, ଏଥିରେ ଆଉ କିଏ ସମ୍ପୃକ୍ତ ଅଛନ୍ତି କି ନାହିଁ ଅର୍ଥାତ ଆଉ କେଉଁ ଛାତ୍ର ଶିକାର ହୋଇଛନ୍ତି କି ନାହିଁ, ସେ ନେଇ ତଦନ୍ତ ଜାରି ରହିଛି।

ରିପୋର୍ଟ ମୁତାବକ, ଛାତ୍ର ଜଣକ ମଧ୍ୟ ନିଜ ସ୍କୁଲ ଶିକ୍ଷୟିତ୍ରୀଙ୍କ ସହିତ ଯୌନ ସମ୍ବନ୍ଧ ରଖିଥିବା କଥାକୁ ସ୍ୱୀକାର କରିଛନ୍ତି। ଏଥି ସହିତ ସେ ଏହା ମଧ୍ୟ କହିଛନ୍ତି କି, ସେ ଏବି ଡିବସଙ୍କୁ ଭଲ ପାଉଥିଲେ। ତେବେ ଅଦାଲତର ଦସ୍ତାବିଜରୁ ଜଣାପଡ଼ିଛି, ଛାତ୍ରଙ୍କ ମାଆ ଖୁସି ଅଛନ୍ତି ଯେ କୌଣସି ବ୍ୟକ୍ତି ଏ ସମ୍ବନ୍ଧରେ ସୂଚନା ଦେଇ ଦେଇଛନ୍ତି।

ସେପଟେ The Portage Community School District ବୟାନ ଜାରି କରି କହିଛି, ଏବି ଡିବସ ବର୍ତ୍ତମାନ ସ୍କୁଲରେ କାର୍ଯ୍ୟରତ ନାହାନ୍ତି। ଯଦିଓ ଅଧିକାରୀମାନେ ଏହା ଜଣାଇ ନାହାନ୍ତି କି, ସେ ଟିଚିଂ ଜବରୁ କେମିତି ଅଲଗା ହେଲେ। ସୂଚନାଥାଉ କି, ଯୌନ ସମ୍ବନ୍ଧ କଥା ସ୍ଵୀକାର କରିବା ପରେ ଶିକ୍ଷୟିତ୍ରୀଙ୍କୁ ୧୨ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡ଼ିପାରେ। ଛାତ୍ରଙ୍କୁ ଯୌନ ଶୋଷଣ କରୁଥିବା ନେଇ ସ୍କୁଲର ଜଣେ ଷ୍ଟାଫ ହିଁ ଏବି ଡିବସଙ୍କ ଉପରେ ଅଭିଯୋଗ ଆଣିଥିଲେ। ଏହାପରେ ପୋଲିସ ତାଙ୍କୁ ଗିରଫ କରି ନେଇଥିଲା। ବର୍ତ୍ତମାନ ଶିକ୍ଷୟିତ୍ରୀ ଜଣକ କଲମ୍ବିଆ କାଉଣ୍ଟି ଜେଲରେ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.