Below header

ଯାଜପୁର : ଜାତୀୟ ରାଜପଥରେ ନିର୍ମାଣାଧୀନ ପୋଲ ଭୁଶୁଡ଼ିଲା

ଯାଜପୁର ରୋଡ଼ (କେନ୍ୟୁଜ୍‌) : ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ବ୍ରଜନଗର ନିକଟରେ ଅଘଟଣ। ଭୁଶୁଡ଼ିଡିଲା ନିର୍ମାଣାଧୀନ ପୋଲ । ୧୬ ନଂ ଜାତୀୟ ରାଜପଥରେ ଏହି ପୋଲ ନିର୍ମାଣ କାମ ଚାଲୁଥିବା ସମୟରେ ତାହା ଭୁଶୁଡି ପଡ଼ିଥିଲା। ତେବେ ଏଥିରେ କେହି ଆହତ ହୋଇନଥିବା ସୂଚନା ମିଳିଛି।

ଡିବିଏଲ୍‌ ନାମକ ଏକ ଠିକା ସଂସ୍ଥା ୧୬ ନଂ ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ କରୁଛି। ଆଜି ଅପରାହ୍ନରେ ହଠାତ୍ ଏହି ନିର୍ମାଣାଧୀନ ବ୍ରିଜ୍‌ଟି ଭୁଶୁଡି ପଡ଼ିଥିଲା। ଦୁର୍ଘଟଣା ପରେ ବିଭାଗୀୟ ଅଧିକାରୀମାନେ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛନ୍ତି । ତେବେ କାହିଁକି ଏହି ପୋଲ ଭୁଶୁଡ଼ିଲା ତାକୁ ନେଇ ବିଭାଗୀୟ ଅଧିକାରୀ ଓ ଠିକା ସଂସ୍ଥା କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.