Below header

ଚୋର ପେଟରୁ ବାହାରିଲା ଦେଢ଼ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ଅପରେସନ୍‌ କରି କାଢ଼ିଲେ ଡାକ୍ତର

ମାଙ୍ଗାଲୋର : ବେଳେ ବେଳେ ସୋସିଆଲ୍‌ ମଡ଼ିଆରେ ଏମିତି କିଛି ଖବର ଆସେ ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ୍‌ । ଏମିତି କିଛି କାମ କରିଥିଲା ଜଣେ ଚୋର । ଧରାପଡ଼ିଯିବା ଭୟରେ ଗିଳି ଦେଇଥିଲା କିଛି ସୁନା ଅଳଙ୍କାର । ଯାହାକୁ ଅପରେସନ୍‌ କରି ତା’ ପେଟରୁ କଢ଼ାଯାଇଥିଲା । ସୁନା ଅଳଙ୍କାରର ମୂଲ୍ୟ ପ୍ରାୟ ୧ ଲକ୍ଷ ୭୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି ।

ଘଟଣାଟି ଥିଲା ଏପରି  । ପୋଲିସ ହାଜତରେ ଥିବା ବେଳେ ଚୋରଟିର ପେଟରେ ଯନ୍ତ୍ରଣା ହୋଇଥିଲା । ପେଟରେ ଯନ୍ତ୍ରଣା ହେବାରୁ ଏହି କଥା ସାମ୍ନାକୁ ଆସିଥିଲା ।  ପୋଲିସ ଯେତେବେଳେ ଚୋରଟିକୁ ନେଇ ମେଡିକାଲରେ ଆଡମିସନ କଲେ । ଏକ୍ସ ରେ ଦ୍ୱାରା ପେଟରେ କିଛି ଥିବା ଦେଖାଯାଇଥିଲା । ଫଳରେ ଡାକ୍ତର ଚୋରଟିର ପେଟ ଅପରେସନ୍‌ କରିଥିଲେ । ଅପରେସନ ପରେ ପେଟରୁ ସୁନା ମୁଦି ଓ କାନଫୁଲ ବାହାରିଥିଲା । ଚୋରଟି ଏହି ସୁନା ଅଳଙ୍କାର ଏକ ସୁନା ଦୋକାନରୁ ଚୋରି କରିଥିବା ମାନିଛି ।

ଉଦ୍ଧାର ହୋଇଥିବା ଅଳଙ୍କାର ୩୫ ଗ୍ରାମ ହୋଇଥିବା ବେଳେ ଏହାର ମୂଲ୍ୟ ପ୍ରାୟ ୧ ଳକ୍ଷ ୭୦ ହଜାର ଟଙ୍କା ହେବ ବୋଲି ଜଣା ପଡ଼ିଛି । ବୋଲି ଜଣାପଡ଼ିଥିଲା । ଏବେ ଚୋରକୁ ହାଜତକୁ ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.