Below header

ପ୍ରଥମ ଜିଲ୍ଲା ଭାବେ କଟକରେ ଆଜିଠୁ ଆରମ୍ଭ ହେଲା ଏକ୍ସ-ରେ ଅନ୍‌ ହ୍ଵିଲ୍‌ ସେବା

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟର ପ୍ରଥମ ଜିଲ୍ଲା ଭାବରେ କୋଭିଡ ଆକ୍ରାନ୍ତଙ୍କ ପାଇଁ କଟକରେ ଆଜିଠୁ ଆରମ୍ଭ ହୋଇଛି ଏକ୍ସ-ରେ ଅନ୍‌ ହ୍ଵିଲ୍‌ ସେବା । ସହରରେ ବୁଲୁଛି ଦୁଇଟି ସ୍ୱତନ୍ତ୍ର ମୋବାଇଲ ଏକ୍ସ-ରେ ଭ୍ୟାନ । ଏହି କାର୍ଯ୍ୟକ୍ରମରେ ଘରେ ଆଇସୋଲେସନରେ ଥିବା ଆକ୍ରାନ୍ତ ଓ କୋଭିଡ କେୟାର ସେଣ୍ଟରକୁ ଯାଇ ରୋଗୀଙ୍କ ଛାତି ଏକ୍ସ-ରେ କରାଯିବ ।

ଦୈନିକ ଏକ ହଜାର କୋଭିଡ ରୋଗୀଙ୍କ ଏକ୍ସ-ରେ କରିବା ଲକ୍ଷ୍ୟ ରଖାଯାଇଛି । ଏହାଦ୍ୱାରା କୋଭିଡ ରୋଗୀଙ୍କ ଫୁସଫୁସର ସ୍ଥିତି ଯାଞ୍ଚ କରି ଗୁରୁତର ଅବସ୍ଥାକୁ ଆସିବା ପୂର୍ବରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାର ଯୋଜନା ରଖିଛି ପ୍ରଶାସନ । ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ସହରବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.