Below header

କୁସ୍ତିଯୋଦ୍ଧା ପିଟିସନ ଉପରେ ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ, କହିଲେ ତଳକୋର୍ଟ କିମ୍ବା ହାଇକୋର୍ଟ ଯାଇପାରିବେ

ପିଟିସନକୁ ଏଫଆଇର ଭାବେ ପଞ୍ଜିକୃତ କରାଯାଇଛି । ଏଥିସହ କୁସ୍ତିଯୋଦ୍ଧାଙ୍କୁ ସୁରକ୍ଷା ପ୍ରଦାନ କରାଯାଇଛି । ଏପରିସ୍ଥିତିରେ ଶୁଣାଣିକୁ ବନ୍ଦ କରିଛନ୍ତି ସୁପ୍ରିମକୋର୍ଟ । WFI ସଭାପତି ବ୍ରିଜ ଭୂଷଣ ଶରଣଙ୍କ ବିରୋଧରେ ଯୌନ ଶୋଷଣ ନେଇ ଦିଲ୍ଲୀ କନଟପ୍ଲେସ ଥାନାରେ ଅଭିଯୋଗ କରିଥିଲେ ମହିଳା ରେସଲର

କେନ୍ୟୁଜ୍(ବ୍ୟୁରୋ): ସୁପ୍ରିମକୋର୍ଟରେ କୁସ୍ତିଯୋଦ୍ଧା ନିରାଶ । ପିଟିସନ ଉପରେ ଶୁଣାଣି କରିବାକୁ ମନାକଲେ ସର୍ବୋଚ୍ଚ ଅଦାଲତ । ସୁପ୍ରିମକୋର୍ଟ କହିଛନ୍ତି, ଆବେଦନକାରୀ ଚାହିଁଲେ ତଳକୋର୍ଟ କିମ୍ବା ହାଇକୋର୍ଟ ଯାଇପାରିବେ। ପିଟିସନକୁ ଏଫଆଇର ଭାବେ ପଞ୍ଜିକୃତ କରାଯାଇଛି । ଏଥିସହ କୁସ୍ତିଯୋଦ୍ଧାଙ୍କୁ ସୁରକ୍ଷା ପ୍ରଦାନ କରାଯାଇଛି । ଏପରିସ୍ଥିତିରେ ଶୁଣାଣିକୁ ବନ୍ଦ କରିଛନ୍ତି ସୁପ୍ରିମକୋର୍ଟ । WFI ସଭାପତି ବ୍ରିଜ ଭୂଷଣ ଶରଣଙ୍କ ବିରୋଧରେ ଯୌନ ଶୋଷଣ ନେଇ ଦିଲ୍ଲୀ କନଟପ୍ଲେସ ଥାନାରେ ଅଭିଯୋଗ କରିଥିଲେ ମହିଳା ରେସଲର । ପୋଲିସ ମାମଲା ରୁଜୁ ନକରିବାରୁ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଏହାପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଦୁଇଟି ମାମଲା ଦିଲ୍ଲୀ ପୋଲିସ ରୁଜୁ କରିଥିଲା । ସେଭିତରୁ ପକ୍‌ସୋ ଆଇନରେ ଗୋଟିଏ ମାମଲା ରହିଛି । ଦିଲ୍ଲୀ ଯନ୍ତରମନ୍ତରରେ ଧାରଣାରେ ବସିଛନ୍ତି କୁସ୍ତିଯୋଦ୍ଧା । WFI ମୁଖ୍ୟ ବ୍ରିଜ ଭୂଷଣ ଗିରଫ ନହେବା ଯାଏ ଧାରଣାରୁ ଉଠିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଦିଲ୍ଲୀ ପୋଲିସର ଅମାନବୀୟ ବ୍ୟବହାର ନେଇ କାନ୍ଦିଛନ୍ତି ରେସଲର । ଅଭିଯୁକ୍ତଙ୍କୁ ବଞ୍ଚାଇ ପୋଲିସ ଆମ ସହ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ଆଣିଛନ୍ତି । ଏଭଳି କ୍ଷେତ୍ରରେ ଆମର ସମ୍ମାନର କୌଣସି ମୂଲ୍ୟ ନାହିଁ । ସରକାର ଆମ ମେଡାଲ ଫେରାଇ ନିଅନ୍ତୁ ବୋଲି ରେସଲର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.