କୁଖ୍ୟାତ ଗ୍ୟାଙ୍ଗ୍‌ଷ୍ଟର ଅନିଲ ଦୁଜାନା ମୃତ, ଉତ୍ତର ପ୍ରଦେଶ STF ମେରଠରେ କଲା ଏନ୍‌କାଉଣ୍ଟର

କୁଖ୍ୟାତ ଗ୍ୟାଙ୍ଗ୍‌ଷ୍ଟର ଅନିଲ ଦୁଜାନା ଓରଫ୍‌ ଅନିଲ ନାଗରଙ୍କ ଏନ୍‌କାଉଣ୍ଟରରେ ମୃତ୍ୟୁ ଘଟିଛି। ୟୁପି ଏସ୍‌ଟିଏଫ୍‌ ମେରଠରେ ତାଙ୍କୁ ଏନ୍‌କାଉଣ୍ଟର କରିଛି। ଅନିଲ କୌଣସି ବଡ଼ ଅପରାଧ କରିବାକୁ ଯୋଜନା କରୁଥିବା ନେଇ ଏସ୍‌ଟିଏଫ୍‌କୁ ସୂଚନା ମିଳିଥିଲା।

କୁଖ୍ୟାତ ଗ୍ୟାଙ୍ଗ୍‌ଷ୍ଟର ଅନିଲ ଦୁଜାନା ଓରଫ୍‌ ଅନିଲ ନାଗରଙ୍କ ଏନ୍‌କାଉଣ୍ଟରରେ ମୃତ୍ୟୁ ଘଟିଛି। ୟୁପି ଏସ୍‌ଟିଏଫ୍‌ ମେରଠରେ ତାଙ୍କୁ ଏନ୍‌କାଉଣ୍ଟର କରିଛି। ଅନିଲ କୌଣସି ବଡ଼ ଅପରାଧ କରିବାକୁ ଯୋଜନା କରୁଥିବା ନେଇ ଏସ୍‌ଟିଏଫ୍‌କୁ ସୂଚନା ମିଳିଥିଲା। ଏହି କାରଣରୁ ତାଙ୍କୁ ଖୋଜା ଚାଲିଥିଲା। ମେରଠରେ ସେ ଲୁଚି ରହିଥିବା ବିଷୟରେ ଏସ୍‌ଟିଏଫ୍‌ ଜାଣିବାକୁ ପାଇଥିଲା।

ଅନିଲ ଦୁଜାନାଙ୍କ ବିରୋଧରେ ରାଜଧାନୀ ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶରେ ୬୦ରୁ ଅଧିକ ଆପରାଧିକ ମାମଲା ପଞ୍ଜିକୃତ ହୋଇଛି। ଏଥିରେ ନୋଏଡା, ଗାଜିଆବାଦ, ମୁଜାଫରନଗର ସମେତ ଉତ୍ତର ପ୍ରଦେଶର ଅନେକ ଜିଲ୍ଲାରେ ହତ୍ୟା, ଡକାୟତି, ଲୁଟ୍‌, ଚୋରା ଚାଲାଣ ଭଳି ଗୁରୁତର ମାମଲାରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି।

ଦିଲ୍ଲୀ ଏବଂ ୟୁପି ପୋଲିସ ଲଗାତାର ତାଙ୍କୁ ଖୋଜୁଥିଲେ। ଗତ ବର୍ଷ ଦିଲ୍ଲୀ ପୋଲିସ ଅନିଲ ଦୁଜାନା ଏବଂ ତାଙ୍କର ଦୁଇ ସହଯୋଗୀଙ୍କୁ ଗିରଫ କରିଥିଲା। ଅନିଲ ଗୌତମ ବୁଦ୍ଧ ନଗରର ବାସିନ୍ଦା। ତାଙ୍କ ଗ୍ୟାଙ୍ଗ୍‌ ୨୦୧୧ ମସିହାରେ ସାହିବାବାଦରେ ଏକ ବିବାହ ଉତ୍ସବରେ ଗୁଳି ଚଳାଇଥିଲା, ଯେଉଁଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା।