୫ ବର୍ଷର ପିଲାକୁ କୁରାଢୀରେ ହାଣିଲା ରାକ୍ଷସୀ ମା’, ହାଣିବା ପରେ ମୁଣ୍ଡକୁ ରାନ୍ଧି ଖାଇଲା

ମା ସାଜିଲା ରାକ୍ଷସୀ । ୫ ବର୍ଷର ପୁଅକୁ କୁରାଢୀରେ ହାଣିବା ପରେ ମୁଣ୍ଡକୁ ରାନ୍ଧି ଖାଇଥିଲା ମା’ । ଘଟଣାଟି ଇଜିପ୍ଟରେ ଘଟିଛି ।

ନିଜ ପିଲାର ଖୁସି ପାଇଁ ମା’ କିଛି ବି କରିପାରେ । ପିଲାକୁ ଟିକେ ବି କ୍ଷତି ଆସିବାକୁ ଦିଏନି ମା’ । କିନ୍ତୁ ନିଜ ପିଲାକୁ ହତ୍ୟା କରିବା ଘଟଣା ହୁଏତ ଆପଣ ପ୍ରଥମ ଥର ପାଇଁ ଶୁଣୁଥିବେ । କେବଳ ହତ୍ୟା ନୁହେଁ ପିଲାର ମୃତଦେହକୁ ଟିକଟିକ୍‌ କରି କାଟିବା ପରେ ମୁଣ୍ଡକୁ ରାନ୍ଧି ଖାଇଛି ମା’ । ଏଭଳି ଲୋମଟାଙ୍କୁରା ଘଟଣାଟି ଇଜିପ୍ଟର ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଇଜିପ୍ଟର ଜଣେ ମହିଳାକୁ ନିଜ ପିଲାକୁ ହତ୍ୟାକରିବା ଘଟଣାରେ ଗିରଫ କରିଛି ପୋଲିସ। ମହିଳାଙ୍କ ନାମ ହାନା । ପିଲାକୁ କୁରାଢୀରେ ହାଣିବା ପରେ ହାନା ରାନ୍ଧି ଖାଇଥିବା ଖବର ମିଳିଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା, ମହିଳା ଜଣକ ନିଜ ଅପରାଧ ସ୍ୱୀକାର କରିଛନ୍ତି । ଆଉ ଏହା ପଛର କାରଣ କହିଛନ୍ତି ।

ରିପୋର୍ଟ ମୁତାବକ, ୨୯ ବର୍ଷୀୟ ହାନା ଅବୁ ଶାଲାବୀରେ ରହୁଥିଲେ । ୨୮ ଏପ୍ରିଲରେ ମହିଳା ଜଣକ ନିଜ ୫ ବର୍ଷର ପୁଅକୁ ୟୁସିଫ ମାରିବା ପରେ ମୁଣ୍ଡକୁ ରାନ୍ଧି ଖାଇଥିଲା । ପିଲାକୁ ସମସ୍ତେ ଖୋଜୁଥିବା ବେଳେ ସନ୍ଧାନ ପାଇନଥିଲେ । ପରେ  ଘରେ ଏକ ବାଲଟିରେ ପୁଅର କଟା ମୁଣ୍ଡ ଦେଖିବା ପରେ ମାମୁଁ ଜାଣିବାକୁ ପାଇଥିଲେ । ମହିଳା ଜଣକ ପିଲାର ମୁଣ୍ଡକୁ ୪ ଥର ପ୍ରହାର କରିବା ପରେ ବାଥରୁମରେ ଯାଇ ମାରିଥିଲା । ତା’ ପରେ ଗରମ ପାଣିରେ ପକାଇ ଖାଇଯାଇଥିଲା ।

ମହିଳା ଜଣକ ପୁଅ ସହିତ ଏକୁଟିଆ ରହୁଥିଲେ । ୪ ବର୍ଷ ପୂର୍ବେ ସ୍ୱାମୀଙ୍କ ଠାରୁ ଅଲଗା ହୋଇ ରହୁଥିଲେ ମହିଳା । ତେବେ ଏହି ଘଟଣାରେ ମହିଳାଙ୍କ ସ୍ୱାମୀ କହିଛନ୍ତି, ମହିଳା ଜଣକ ଜାଣିଶୁଣି ଏମିତି କରିଛନ୍ତି । ମହିଳା ଜଣକ ମାନସିକ ରୋଗୀ ବୋଲି ପୋଲିସ କହିଛି । ପୋଲିସ ଏହି ମାମଲାକୁ ନେଇ ଅଧିକ ଯାଞ୍ଚ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.