ବେଡ୍‌ ରେ ବିଶ୍ରାମ ନେଇ ନିଜ ଶିଶୁର ଯତ୍ନ ନେଉଛନ୍ତି ବଲିଉଡ ଅଭିନେତ୍ରୀ ଇଲିଆନା ଡି କ୍ରୁଜ୍‌

ପ୍ରଥମଥର ପାଇଁ ଅଭିନେତ୍ରୀ ଇଲିଆନା ଡି କ୍ରୁଜ ଗର୍ଭଧାରଣ ଖବରକୁ ଏକ ସୁନ୍ଦର ପୋଷ୍ଟ ଜିରିଆରେ ଘୋଷଣା କରିଛନ୍ତି । ଇନଷ୍ଟାଗ୍ରାମ ପୋଷ୍ଟରେ ତାଙ୍କ ବଢୁଥିବା ବେଲିର ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ସେ ଦେଖାଇବାକୁ ଚାହିଁଥିଲେ ତାଙ୍କର ପେଟ ଭିତରେ ଧିରେ ଧିରେ କିପରି ଶିଶୁଟି ବଢିବାରେ ଲାଗୁଛି ।

କେନ୍ୟୁଜ୍‌(ବ୍ୟୁରୋ): ବଲିଉଡ ଅଭିନେତ୍ରୀ ଇଲିଆନା ଡି କ୍ରୁଜ୍‌ । ଯିଏକି ବହୁଦିନ ହେବ ବଡ଼ ପରଦାରୁ ଦୂରେଇ ରହିଛନ୍ତି । କିନ୍ତୁ ସେ ସବୁବେଳେ ପ୍ରାୟ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି । ନିଜ ସୋସିଆଲ ମିଡିଆ ପୋଷ୍ଟ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଗତ ଏପ୍ରିଲ ମାସରେ ଇଲିଆନା ସୋସିଆଲ ମିଡିଆରେ ସେ ମାଆ ହୋଇଥିବା କଥା ସେୟାର କରିଥିଲେ । ଯାହା ଇଣ୍ଟରନେଟରେ ଖୁବ୍‌ ଭାଇରାଲ ହୋଇଥିଲା । ଏହାସହ ସୋସିଆଲ ମିଡିଆ ୟୁଜର ଏହି ଖବରକୁ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ଇଲିଆନା ନିଜର ଗର୍ଭଧାରଣ ଖବରକୁ ଏକ ସୁନ୍ଦର ପୋଷ୍ଟ ଜିରିଆରେ ଘୋଷଣା କରିଥିଲେ । ତାଙ୍କ ଇନଷ୍ଟାଗ୍ରାମରେ କଳା ଧଳା ରଙ୍ଗର ଏକ ଟି-ସାର୍ଟ ସେୟାର କରିଥିଲେ । ସେଥିରେ ଲେଖିଥିଲେ “ଏକ ନୂଆ ଆଡଭେଞ୍ଚର ଆରମ୍ଭ ହେଲା” । ଏହାସହ ସେ ଏକ ଲକେଟର କ୍ଲୋଜଅପ ଫଟୋ ସେୟାର କରିଥିଲେ ଯେଉଁଥିରେ ମାମା ବୋଲି ଲେଖାଥିଲା । ସେ ତାଙ୍କ ପୋଷ୍ଟର କ୍ୟାପସନରେ ଲେଖିଥିଲେ “ଖୁବ୍‌ ଶୀଘ୍ର ଆସୁଛି, ଆଉ ଅପେକ୍ଷା କରିପାରିବି ନାହିଁ ମୋ କୁନି ଡାଲିଂ” । ଏଥିରେ ଅଭିନେତ୍ରୀଙ୍କୁ ଅନେକ ୟୁଜର ଅଭିନନ୍ଦନ ଜଣାଇଥିଲେ । ଏହାସହ କିଛି ୟୁଜର ଶିଶୁର ବାପା କିଏ ବୋଲି ପ୍ରଶ୍ନ କରିଥିଲେ ।

ପ୍ରଥମଥର ପାଇଁ ଅଭିନେତ୍ରୀ ତାଙ୍କ ଲାଟେଷ୍ଟ ଇନଷ୍ଟାଗ୍ରାମ ପୋଷ୍ଟରେ ତାଙ୍କ ବଢୁଥିବା ବେଲିର ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ସେ ଦେଖାଇବାକୁ ଚାହିଁଥିଲେ ତାଙ୍କର ପେଟ ଭିତରେ ଧିରେ ଧିରେ କିପରି ଶିଶୁଟି ବଢିବାରେ ଲାଗୁଛି । ଇଲିଆନା ଡି-କ୍ରୁଜ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ କଳାଧଳା ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ବେଡ୍‌ ଉପରେ ବିଶ୍ରାମ ନେଉଛନ୍ତି । ଏଥିରେ ସେ ଆଣ୍ଠୁ ପର୍ଯ୍ୟନ୍ତ ଥିବା ଏକ ଗାଉନ ପିନ୍ଧିଛନ୍ତି । କ୍ୟାମେରାରେ ସେ ତାଙ୍କ ପେଟ ଭିତରେ ବଢୁଥିବା ଶିଶୁକୁ ଦେଖାଇବାକୁ ଚାହିଁଛନ୍ତି । ଏହାସହ ସେ କଫିର ମଜା ନେଉଛନ୍ତି । ବେଡ୍‌ ଉପରେ ତାଙ୍କୁ ତାଙ୍କର ପୋଷା କୁକୁର ସାଥ ଦେଉଛି । ଇଲିଆନା କ୍ୟାପସନରେ ଲେଖିଛନ୍ତି ଲାଇଫ ଲେଟଲି… ।

ଏହାପୂର୍ବରୁ ଖବର ପ୍ରକାଶ ପାଇଥିଲା ଇଲିଆନା ଅଷ୍ଟ୍ରେଲୀୟ ଫଟୋଗ୍ରାଫର ଆଣ୍ଡ୍ରଡ କନିବୋନଙ୍କ ସହ ସମ୍ପର୍କରେ ଥିଲେ। ଶୁଣିବାକୁ ମିଳିଥିଲା ଦୁହେଁ ପୂର୍ବରୁ ବିବାହ କରିଥିଲେ। ତେବେ ୨୦୧୯ରେ ଦୁହିଁଙ୍କ ବିଚ୍ଛେଦ ଖବର ଶୁଣିବାକୁ ମିଳିଥିଲା। ତେବେ ଜାଣିବାକୁ ମିଳିଛି ଯେ ଇଲିଆନା ଏବେ ଲଣ୍ଡନରେ ରହୁଥିବା ମଡେଲ ସେବାଷ୍ଟିଆନ୍ ଲୌରେଣ୍ଟ୍‌ ମାଇକେଲ୍‌ଙ୍କ ସହ ସଂପର୍କରେ ଅଛନ୍ତି। ଯିଏକି ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ଭାଇ। ସୂଚନା ଥାଉକି, ୨୦୧୨ ମସିହାରେ ଅନୁରାଗ କାଶ୍ୟପଙ୍କ ଚଳଚ୍ଚିତ୍ର ‘ବର୍ଫି’ରେ ରଣବୀର କପୁର ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ସହ ନଜର ଆସି ବେଶ୍‌ ‌ଲୋକପ୍ରିୟତା ପାଲଥିଲେ ଇଲିଆନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.