ବିରାଟଙ୍କ ସହିତ ଝଗଡା କରିବା ପରେ ପୁଣି ରାଗରେ ଟ୍ଵିଟ୍‌ କଲେ ଗମ୍ଭୀର

ବିରାଟ ଏବଂ ଗମ୍ଭୀରଙ୍କ ଝଗଡା ଦୁଇଦିନ ବିତିଯାଇଥିଲେ ସୁଦ୍ଧା କମିନି ଗମ୍ଭୀରଙ୍କ ରାଗ । ପୁଣି ରାଗରେ ଏମିତି ଟ୍ଵିଟ୍‌ କରି ହଟଚମଟ ସୃଷ୍ଟି କରିଛନ୍ତି ଗମ୍ଭୀର ।

ଆଇପିଏଲ୍‌ରେ ବିରାଟ କୋହଲି ଏବଂ ଗୌତମ ଗମ୍ଭୀରଙ୍କ ଝଗଡାକୁ ନେଇ ଏବେ ସବୁଠି ଚର୍ଚ୍ଚା । ତେବେ ଏହି ଘଟଣାକୁ ନେଇ ଦୁଇଦିନ ବିତିଯାଇଥିଲେ ମଧ୍ୟ ଗମ୍ଭୀରଙ୍କ ରାଗ ଶାନ୍ତ ହୋଇନାହିଁ । ଗମ୍ଭୀର ଟ୍ଵିଟ୍‌ କରି ପୁଣିଥରେ ସୋସିଆଲ ମିଡିଆରେ ହଟଚମଟ ସୃଷ୍ଟି କରିଛି । ଗମ୍ଭୀର ଟ୍ଵିଟ କରି ଲେଖିଛନ୍ତି, ଯେଉଁ ବ୍ୟକ୍ତି ଦିଲ୍ଲୀ କ୍ରିକେଟ ଛାଡି ଫେରାର ହୋଇଯାଇଥିଲା, ଏବେ ସେ ଚାପ ପକାଉଛି । କ୍ରିକେଟ ପ୍ରତି ନିଜର ଚିନ୍ତା ପ୍ରକଟ କରି ପଇସା ନେଇ ପିଆର କାମ କରୁଛନ୍ତି । ଏହା ଘୋର କଳିଯୁଗ ।

ସୂଚନାଯୋଗ୍ୟ, ଲକ୍ଷ୍ନୌର ଏକନା କ୍ରିକେଟ ଷ୍ଟାଡିୟମରେ ଲକ୍ଷ୍ନୌ –ବେଙ୍ଗାଲୁରୁ ଆଇପିଏଲ୍ ମ୍ୟାଚରେ ବେଙ୍ଗାଲୁରୁ ଲକ୍ଷ୍ନୌକୁ ୧୮ ରନରେ ହରାଇଥିଲା । ମ୍ୟାଚ୍ ଜିତିବାକୁ ଲକ୍ଷ୍ନୌକୁ ୧୨୭ ରନ୍ ଟାର୍ଗେଟ ଦେଇଥିଲା ବେଙ୍ଗାଲୁରୁ । ଜବାବରେ ଲକ୍ଷ୍ନୌ ୧୦୮ରନରେ ସୀମିତ ରହିଯାଇଥିଲା । ମ୍ୟାଚ୍ ସରିବା ପରେ ସବୁ ଖେଳାଳି ଏକାଠି ହୋଇଥିଲେ ।

ଏତିକି ବେଳେ କୌଣସି କଥାକୁ ନେଇ କୋହଲି ଓ ଗମ୍ଭୀରଙ୍କ ଭିତରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଝଗଡ଼ା ଏତେ ଜୋରରେ ହୋଇଥିଲା ଯେ ବାକି ଖେଳାଳି ଓ ଷ୍ଟାଫ ସେମାନଙ୍କୁ ଅଟକାଇଥିଲେ । ବିରାଟ-ଗମ୍ଭୀର ଝଗଡା ବେଳର ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରଲ୍ ହେଉଛି ।  ଗୌତମ ଗମ୍ଭୀର ଏବଂ ବିରାଟ କୋହଲିଙ୍କଙ୍କ ୧୦୦ ପ୍ରତିଶତ ମ୍ୟାଚ ଫି କାଟି ଦିଆଯାଇଛି।

ଏହି ଭିଡିଓକୁ ନେଇ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ଗୌତମ ଗମ୍ଭୀର ପ୍ରଥମେ ବିରାଟଙ୍କୁ ଉସୁକାଇ ଥିଲେ । ପ୍ରଥମେ ଗମ୍ଭୀର ବିରାଟକୁ କହିଥିଲେ, କ’ଣ କହୁଛ କୁହ । ବିରାଟ କହିଥିଲେ, ମୁଁ ଆପଣଙ୍କୁ କିଛି କହୁନି, ଆପଣ ମଝିରେ ପଶୁଛନ୍ତି ।

ଏହାପରେ ଗମ୍ଭୀର କହୁଛନ୍ତି, ତୁମେ ଯଦି ମୋ ଟିମର ପ୍ଲେୟାରକୁ କହିବେ, ତେବେ ମୋ ପରିବାକୁ ଗାଳ ଦେଲ । ତେବେ ଗମ୍ଭୀରଙ୍କ ଏଭଳି କଥାରେ ବିରାଟ କହିଥିଲେ କି, ତୁମେ ତୁମ ପରିବାରକୁ ସମ୍ଭାଳି ରଖ । ଏହି କଥାରେ ଗମ୍ଭୀର ରାଗିଯାଇଥିଲେ ।ଆଉ କହିଥିଲେ, ତୁ ଏବେ ମୋତେ ଶିଖାଇବୁ ।

ଏହାପରେ ଅନ୍ୟ ସାଥି ଖେଳାଳି ଆସି ତାଙ୍କୁ ଅଲଗା କରିଥିଲେ । ତେବେ ଏହି ଭିଡିଓ ଭାଇରଲ ହେବା ପରେ ଲୋକ ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.