ଆଇଏମଡିର ପୂର୍ବାନୁମାନ ପରେ ଖରା ଦିନିଆ ବାତ୍ୟାକୁ ନେଇ ପଶିଛି ଛନକା,ଅବପାତ ସୃଷ୍ଟି ହେବା ପରେ ଏହାର ଗତିପଥ ସ୍ପଷ୍ଟ ହେବ

କୁଆଡ଼େ ଯିବ ସମ୍ଭାବ୍ୟ ବାତ୍ୟା ? କେତେ ରହିବ ତୀବ୍ରତା ଓ କେଉଁଠି କରିବ ଲାଣ୍ଡଫଲ୍‌ ? ଓ୍ଵିଣ୍ଡି ଦୁଇଟି ମଡେଲ୍‌ ୧୨ ତାରିଖରେ ବାତ୍ୟା ଲାଣ୍ଡଫଲ୍‌ କରିବ ବୋଲି ଦର୍ଶାଉଛି । ୟୁରୋପିଆନ୍‌ ECMWF ମଡେଲ ଦର୍ଶାଉଛି ମିଆଁମାର ଉପକୂଳରେ ସ୍ଥଳଭାଗ ଛୁଇଁପାରେ ସାମୁଦ୍ରିକ ଝଡ଼

କେନ୍ୟୁଜ୍(ବ୍ୟୁରୋ): ୯ ତାରିଖରେ ବଙ୍ଗୋପସାଗରରେ ଦାନା ବାନ୍ଧିପାରେ ବାତ୍ୟା । ଆଇଏମଡିର ପୂର୍ବାନୁମାନ ପରେ ଖରା ଦିନିଆ ବାତ୍ୟାକୁ ନେଇ ଛନକା ପଶିଛି । ବାତ୍ୟାର ନାଁ ରହିବ ମୋଖା । କୁଆଡ଼େ ଯିବ ସମ୍ଭାବ୍ୟ ବାତ୍ୟା ? କେତେ ରହିବ ତୀବ୍ରତା ଓ କେଉଁଠି କରିବ ଲାଣ୍ଡଫଲ୍‌ ? ଓ୍ଵିଣ୍ଡି ଦୁଇଟି ମଡେଲ୍‌ ୧୨ ତାରିଖରେ ବାତ୍ୟା ଲାଣ୍ଡଫଲ୍‌ କରିବ ବୋଲି ଦର୍ଶାଉଛି । ୟୁରୋପିଆନ୍‌ ECMWF ମଡେଲ ଦର୍ଶାଉଛି ମିଆଁମାର ଉପକୂଳରେ ସ୍ଥଳଭାଗ ଛୁଇଁପାରେ ସାମୁଦ୍ରିକ ଝଡ଼ । ସେହିପରି ଆମେରିକାନ୍‌ GFS ମଡେଲ୍‌ ଦର୍ଶାଉଛି, ବାଂଲାଦେଶ ଉପକୂଳକୁ ହିଟ୍‌ କରିପାରେ । ଅବପାତ ସୃଷ୍ଟି ହେବା ପରେ ଏହାର ଗତିପଥ ସ୍ପଷ୍ଟ ହେବ । ଆସନ୍ତା ୬ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପ୍ରଭାବରେ ୭ ତାରିଖରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି ।

୮ ତାରିଖରେ ଲଘୁଚାପ ଅବପାତରେ ପରିଣତ ହେବ । ୯ ତାରିଖ ବେଳକୁ ସୃଷ୍ଟି ହେବ ବାତ୍ୟା । ତେବେ ବାତ୍ୟାର ଗତିପଥ ଓ ତୀବ୍ରତା ନେଇ ଆକଳନ କରିନି ଭାରତୀୟ ପାଣିପାଗ ବିଭାଗ । କେଉଁଠି ସ୍ଥଳଭାଗ ଛୁଇଁବ ୭-୮ ତାରିଖ ବେଳକୁ ସ୍ପଷ୍ଟ ହେବ ।ବର୍ତ୍ତମାନ ଭାରତ ଉପକୂଳରେ ଲ୍ୟାଣ୍ଡଫଲ ନେଇ କୌଣସି ଅନୁମାନ ନାହିଁ । ବର୍ତ୍ତମାନର ଆକଳନରୁ ଓଡ଼ିଶା ପ୍ରତି ସେଭଳି କୌଣସି ପ୍ରଭାବ ଦେଖାଯାଉନାହିଁ ବୋଲି ଆଇଏମଡି ଡିଜି କହିଛନ୍ତି । ୭ ତାରିଖରୁ ଉତ୍ତରପୂର୍ବ ବଙ୍ଗୋପସାଗର ଆଡକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.