Below header

ଦେଶର ମୁଖ୍ୟ ନିର୍ବାଚନ କମିଶନ ହେଲେ ସୁଶୀଲ ଚନ୍ଦ୍ରା, ଆଜି ବିଧିବଦ୍ଧ ଭାବେ କରିବେ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର (କେ.ନ୍ୟୁଜ): ସୁଶୀଲ ଚନ୍ଦ୍ରା ହେଲେ ଦେଶର ମୁଖ୍ୟ ନିର୍ବାଚନ କମିଶନ। ଆଜି ସେ ବିଦ୍ଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିବେ। ବର୍ତ୍ତମାନର ମୁଖ୍ୟ ନିର୍ବାଚନ କମିଶନ ସୁନୀଲ ଆରୋରାଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ। ସେ ୨୦୨୨ ମେ ୧୪ ପର୍ଯ୍ୟନ୍ତ ନିର୍ବାଚନ କମିଶନର ଭାବେ ପଦ ସମ୍ଭାଳିବେ।

ଫେବୃଆରୀ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ସୁଶୀଲ ଚନ୍ଦ୍ରା ନିର୍ବାଚନ କମିଶନର ଭାବେ ଦାୟିତ୍ୱ ତୁଲେଇ ଆସୁଛନ୍ତି । ତାଙ୍କ ତତ୍ତ୍ୱାବଧାନରେ ଆଗକୁ ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ, ଉତ୍ତରାଖଣ୍ଡ ଓ ମଣିପୁର ବିଧାନସଭା ନିର୍ବାଚନ ହେବ। ମୁଖ୍ୟ ନିର୍ବାଚନ କମିଶନ ଭାବେ ଦାୟିତ୍ୱ ନେବା ପୂର୍ବରୁ ଦୁଇ ବର୍ଷ ନିର୍ବାଚନ କମିଶନ ଭାବେ କାମ କରି ୧୦ ବିଧାନସଭା ନିର୍ବାଚନ ତୁଲାଇ ଆସିଛନ୍ତି। ନିର୍ବାଚନ କମିଶନର ସ୍ୱଚ୍ଛତା ତାଙ୍କ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ହେବ। ବିଶେଷକରି ପଶ୍ଚିମବଙ୍ଗରେ ବାକି ଥିବା ୪ଟି ପର୍ଯ୍ୟାୟ ମତଦାନ ଉପରେ ତାଙ୍କର ଫୋକସ ରହିବ। ଏପଟେ ଗତକାଲି ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଆରୋରାଙ୍କ କାର୍ଯ୍ୟକାଳ ସରିବା ପରେ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.