କାମୁଡ଼ିଲା ପରେ ସାପକୁ ଧରି ପହଞ୍ଚିଗଲେ କ୍ୟାପିଟାଲ ହସପିଟାଲରେ, ତାକୁ ଦେଖି ସମସ୍ତେ ଛାନିଆ

ଭୁବନେଶ୍ୱର (କେନ୍ୟୁଜ୍‌) : ବ୍ୟକ୍ତି ଜଣକ ସାହସକୁ ମାନିବାକୁ ପଡ଼ିବ । ସାପ କାମୁଡ଼ିଲା ଆଉ ସେ ସାପକୁ ଧରି ସିଧା ପହଞ୍ଚିଗଲେ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରେ ।
ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ଗାଁର ଜଣେ ରାଜମିସ୍ତ୍ରୀ ପାଖ ଅଂଚଳରେ ବାଲି ସିମେଣ୍ଟ କାମ କରିବାକୁ ଯାଇଥିଲେ । ଏକ ଅର୍ଦ୍ଧ ନିର୍ମିତ କୋଠାର ତଳଘରେ କାମ କରିବା ସମୟରେ ଗୋଟିଏ ସାପ ତାଙ୍କୁ କାମୁଡି ଦେଇଥିଲା । ଫଳରେ ସେ ସେହି ସ୍ଥାନରେ କିଛି ସମୟ ବସି ରହିଲେ । ପରେ ତାଙ୍କ ନଜରକୁ ଆସିଲା ଗୋଟିଏ ବୋଡା ସାପ ସେହି ପାଖରେ ଅଛି ଏବଂ ମନ୍ଥର ଗତିରେ ଯାଉଛି । ସେ ସେ ସାପଟିକୁ ସଙ୍ଗେ ସଙ୍ଗେ ଗୋଟିଏ ସିମେଣ୍ଟ ବସ୍ତାରେ ପୂରାଇ ରଖିଦେଲେ ।

ପରେ ବୋଡ଼ା ସାପଟିକୁ ଧରି କ୍ୟାପିଟାଲ ହସ୍ପିଟାଲକୁ ଆସିଥିଲେ ଚିକିତ୍ସା ପାଇଁ। ହସ୍ପିଟାଲ ଗେଟ୍‌ରେ ପ୍ରବେଶ କଲା ବେଳେ ସିକ୍ୟୁରିଟି ଗାର୍ଡ଼ ତାଙ୍କୁ ଏଇଟା କଣ ବୋଲି ପଚାରିଲେ । ରାଜ ମିସ୍ତ୍ରୀ କହିଲେ ଏଇ ସାପଟି ମୋତେ କାମୁଡି ଦେଇଥିଲା । ତେଣୁ ତାକୁ ଧରି ମେଡିକାଲ୍ ଆଣିଛି। ଏକଥା ଶୁଣି ଗେଟ୍‌ରେ ଥିବା ସୁରକ୍ଷା କର୍ମାମାନେ ଭୟରେ ଦୌଡ଼ି ପଳାଇଥିଲେ । ଏମିତିକି ଡାକ୍ତର ଓ ନର୍ସ ମଧ୍ୟ ଭୟ ପାଇ ଯାଇଥିଲେ । ଅବଶ୍ୟ ପରେ ସେହି ରାଜମିସ୍ତ୍ରୀଙ୍କର ଚିକିତ୍ସା କରାଯାଇଥିଲା ଏବଂ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟଙ୍କୁ ଡକାଯିବାରୁ ସେମାନେ ଆସି ସାପଟିକୁ ନେଇ ଯାଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.