ଭୁବନେଶ୍ୱର : ପାଣ୍ଡରା ବସ୍ତି ଅଞ୍ଚଳରେ ଲାଗିଲା ନିଆଁ, କଳା ଧୂଆଁରେ ବୁଡ଼ିଗଲା ଆକାଶ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଭୁବନେଶ୍ୱର ପାଣ୍ଡରାରେ ଅଗ୍ନିକାଣ୍ଡ । ଗଙ୍ଗୁଆ ବସ୍ତି ନିକଟରେ ଫାଇବରରୁ ଲାଗିଛି ନିଆଁ । ଏଠାରେ ପୁରୁଣା ଡଙ୍ଗା ସାମଗ୍ରୀ ସବୁ ରହିଥିଲା । ଆଜି ଅପରାହ୍ନରେ କୌଣସି କାରଣରୁ ଏଥିରେ ନିଆଁ ଲାଗି ଯାଇଥିଲା । ଫଳରେ ସମସ୍ତ ଡଙ୍ଗା ସାମଗ୍ରୀ ଜଳି ଯାଇଥିଲା । ତେବେ କେଉଁ କାରଣରୁ ନିଆଁ ଲାଗିଛି ତାହା ଏଯାବତ ସ୍ପଷ୍ଟ ହୋଇନାହିଁ । ସେପଟେ ଦୁଇଟି ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

FIRE-1

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.