ପୁରୀରେ ଜରିମାନା ଗଣିଲେ ଟ୍ରାଫିକ କନେଷ୍ଟବଳ, ଫାଇନ ଦେଲେ ୨ ହଜାର ଟଙ୍କା

ପୁରୀ(କେ.ନ୍ୟୁଜ): ପୁରୀରେ ଜରିମାନା ଗଣିଲେ ଟ୍ରାଫିକ କନେଷ୍ଟବଳ । ମାସ୍କ ପିନ୍ଧିନଥିବାରୁ ୨ ହଜାର ଟଙ୍କା ଫାଇନ ଦେଲେ। ପୁରୀରେ ମାସ୍କ ଯାଞ୍ଚ ବେଳେ ଡ୍ୟୁଟିରେ ଥିବା ଜଣେ ଟ୍ରାଫିକ କନେଷ୍ଟବଳ ମାସ୍କ ପିନ୍ଧି ନଥିବା ନଜରକୁ ଆସିଥିଲା। ଏଥିପାଇଁ ତାଙ୍କ ନାଁରେ ପୁରୀ ଟାଉନ ଥାନା ପୋଲିସ ଚାଲାଣ କାଟିବା ସହ ୨ ହଜାର ଟଙ୍କାର ଜରିମାନା ଆଦାୟ କରିଛି । ସାରା ରାଜ୍ୟରେ କୋଭିଡ କଟକଣାକୁ କଡ଼ାକଡ଼ି ଲାଗୁ କରାଯାଇଥିବା ବେଳେ ପୋଲିସ ପକ୍ଷରୁ ସ୍ପେଶାଲ ଡ୍ରାଇଭ ଚାଲିଛି । ୧୬ ତାରିଖ ଯାଏଁ ଏହା ଚାଲିବ।

puri

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.