ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଅବହେଳା, କରୋନାରେ ପୀଡ଼ିତ ୭ରୋଗୀଙ୍କ ଅକ୍ସିଜେନ ଅଭାବରୁ ମୃତ୍ୟୁ

କରୋନାର ପ୍ରଭାବ ସବୁ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଅନେକ ମାତ୍ରାରେ ପ୍ରଭାବିତ କରିଛି। ମୁମ୍ବାଇର ନାଲାସୋପାରା ଇଲାକାରେ ଏହାର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ ସାମ୍ନାକୁ ଆସିଛି। ଯେଉଁଠି ସାଧାରଣ ଲୋକଙ୍କ ଅସୁବିଧା ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥାର କଡ଼ା ନିୟମ କାରଣ ହେତୁ ସେମାନଙ୍କ ଅସହାୟତା ଦେଖିବାକୁ ମିଳିଛି। ନାଲାସୋପାରାରେ ଥିବା ବିନାୟକ ହସ୍ପିଟାଲରେ ୭ କରୋନା ରୋଗୀ ମୃତ୍ୟୁ ବରଣ କରିଛନ୍ତି। ସୂଚନା ଅନୁଯାୟୀ ହସ୍ପିଟାଲରେ ଅକ୍ସିଜେନ ସିଲିଣ୍ଡର କମ୍‌ ଥିଲା। ଯାହା କାରଣରୁ ଏଭଳି ଘଟଣା ଘଟିଛି।

ମୁମ୍ବାଇ ସହ ପୁରା ମହାରାଷ୍ଟ୍ରରେ କରୋନା କାରଣରୁ ଅବସ୍ଥା ଖରାପ ହେଲାଣି। ସୋମବାର କରୋନା ଭାଇରସର ସଂକ୍ରମଣରେ ୫୧,୭୫୧ ମାମଲା ସାମ୍ନାକୁ ଆସିଥିଲା। ଏହା ସହ ୨୫୮ ଜଣଙ୍କର ମୃତ୍ୟୁ ଘଟିଛି। କିଛିଦିନ ଭିିତରେ ମହାରାଷ୍ଟ୍ରରୁ ୫୦,୦୦୦ରୁ ଅଧିକ ନୂଆ କେସ୍‌ ସାମ୍ନାକୁ ଆସିଲାଣି। କରୋନାର ଗମ୍ଭୀର ସ୍ଥିତିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ୧୪ ଅପ୍ରେଲଠୁ ଳକଡାଉନ ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ ଲାଗୁ କରିଛନ୍ତି।

heath09
pc: The Logical Indian

କରୋନା ଭାଇରସର ଦ୍ୱିିତୀୟ ଲହରୀରେ ମୁମ୍ବାଇ ପୋଲିସ ଏସଆଇଙ୍କର ସୋମବାର ମୃତ୍ୟୁ ଘଟିଛି। ପୋଲିସ ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ମିଳିଛି। ସୂଚନା ଅନୁଯାୟୀ ମୃତକ ଜଣକ ହେଉଛନ୍ତି ୫୨ ବର୍ଷର ମୋହନ ଡାଗ୍‌ଡ଼େ। କରୋନାରେ ଆକ୍ରାନ୍ତ ହେବାପରେ ତାଙ୍କୁ ବାନ୍ଦ୍ରା- କୁର୍ଲା କମ୍ପ୍ଲେକସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୋମବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.