Below header

ଭର୍ତ୍ତୃହରିଙ୍କୁ ନେଇ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ପରେ ବିଜେଡି- ବିଜେପି ମଧ୍ୟରେ ଟ୍ୱିଟ୍ ୱାର

ଭୁବନେଶ୍ୱର(କେ.ନ୍ୟୁଜ): ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ମନ୍ତବ୍ୟକୁ ନେଇ ବିଜେଡି-ବିଜେପି ମଧ୍ୟରେ ଟ୍ଵିଟ୍‌ ଓ୍ଵାର୍‌। ସୋସିଆଲ୍‌ ମିଡିଆରେ ବିଜେଡି ସଂଗଠନ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ମଧ୍ୟରେ କଥା କଟାକଟି ।

ପ୍ରଜାତନ୍ତ୍ରର ବିଷୁବ ମିଳନ ଉତ୍ସବରେ ଯୋଗ ଦେଇ ଭର୍ତ୍ତୃହରିଙ୍କୁ ପ୍ରଶଂସା କରି ଧର୍ମେନ୍ଦ୍ର କହିଥିଲେ ଯେ, ଭର୍ତ୍ତୃହରିଙ୍କ ଭଳି ସୁଯୋଗ୍ୟ ନେତାଙ୍କୁ ବିଜେଡି କାହିଁକି ଗୁରୁତ୍ୱ ଦେଉନି, ତାହା ତାଙ୍କୁ ଆଶ୍ଚର୍ଯ୍ୟ କରୁଛି ।

ଏହାପରେ ଧର୍ମେନ୍ଦ୍ରଙ୍କୁ ଆକ୍ଷେପ କରିଥିଲେ ପ୍ରଣବ ପ୍ରକାଶ ଦାସ। ଟ୍ଵିଟ୍‌ କରି କହିଥିଲେ, କଲମ୍ବସଙ୍କ ପରି ଭର୍ତ୍ତୃହରି ବାବୁଙ୍କ ବୃଦ୍ଧି ଓ ଅଭିଜ୍ଞତାର ଆବିଷ୍କାର କରିଛନ୍ତି ଧର୍ମେନ୍ଦ୍ର । ଲାଲକୃଷ୍ଣ ଆଡଭାନୀ ଓ ମୂରଲୀ ମନୋହର ଯୋଶୀଙ୍କ ଅଭିଜ୍ଞତା ଓ ଦକ୍ଷତାର ବିଜେପି ସେଭଳି ସଦୁପଯୋଗ କରନ୍ତୁ। ସେମାନେ ଯଥେଷ୍ଟ ବୁଦ୍ଧିମାନ ଓ ବିଜେପି ପାଇଁ ସମର୍ପିତ ବୋଲି କହିଥିଲେ ପ୍ରଣବ ।

ଏହାପରେ ପ୍ରଣବଙ୍କୁ ଟାର୍ଗେଟ କରଛନ୍ତିି ସମ୍ବିତ ପାତ୍ର । ପ୍ରଶ୍ନ କହିଛନ୍ତି, ମହତାବଙ୍କ ନାଁ ଶୁଣି ଏତେ ଅସହିଷ୍ଣୁ କାହିଁକି ? ଧର୍ମେନ୍ଦ୍ରଙ୍କ ପାଇଁ ଆଡଭୋକେଟ କରି ସମ୍ବିତ କହିଛନ୍ତି, ସେ କଲମ୍ବସ ନୁହନ୍ତି । ଓଡ଼ିଶାର ବିକାଶ ପାଇଁ ଗୁଣ୍ଡୁଚିମୂଷାର ଯୋଗଦାନ ଦେଉଛନ୍ତି । ଭର୍ତ୍ତୃହରିଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶଂସା ପରେ ବିଜେଡି-ବିଜେପି ଟ୍ଵିଟ୍‌ ଓ୍ଵାର୍‌ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.