Below header

ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ହେବା ଖବରକୁ ଟ୍ଵିଟ୍‌ କରି ମିଛ ବୋଲି କହିଲେ ସୁଷମା ସ୍ୱରାଜ

କେନ୍ୟୁଜ୍: ସୁଷମା ସ୍ୱରାଜ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ହେବା ନେଇ ଲାଗି ରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ନିଜେ ସୁଷମା ସ୍ୱରାଜ । ଟ୍ଵିଟ୍‌ କରି ସୁଷମା କହିଛନ୍ତି ଏପରି ଖବର ସଂପୂର୍ଣ୍ଣ ମିଥ୍ୟା । ଏପରି ଖବରର କୌଣସି ସତ୍ୟତା ନାହିଁ ବୋଲି କହିଛନ୍ତି ସୁଷମା । ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିଲେ ସୁଷମା । ଗତକାଲି ସେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କୁ ଭେଟିଥିଲେ । ଏହା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଏନେଇ ଟ୍ଵିଟ୍‌ କରି ସୁଷମାଙ୍କୁ ଅଭିନନ୍ଦନ ଜଣାଇଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ ସେ ଏହି ଟ୍ଵିଟ୍‌କୁ ଡିଲିଟ୍‌ କରିଦେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.