ସୁବର୍ଣ୍ଣପୁର: ଗାଁ ପୋଖରୀ ସଫା କଲେ ବୀରମହାରାଜପୁରର ହିଲୁଙ୍ଗ ଗାଁର ଯୁବଗୋଷ୍ଠୀ

ସୁବର୍ଣ୍ଣପୁର(କେନ୍ୟୁଜ୍): ନିଜ କାମ ନିଜେ କଲେ ଯୁବଗୋଷ୍ଠୀ । ଦୀର୍ଘ ବର୍ଷ ହେବ ଗାଁର ପୋଖରୀ ଅଳିଆ ଆବର୍ଜନାରେ ପୂରିଥଲା । ବାରମ୍ବାର ଅଭିଯୋଗ ପରେ ମଧ୍ୟ କେହି କର୍ଣ୍ଣପାତ ନକରିବାରୁ ଶେଷରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ହିଲୁଙ୍ଗ ଗାଁର ଯୁବଗୋଷ୍ଠୀ ନିଜେ ପୋଖରୀ ସଫା କରିଛନ୍ତି । ଏବଂ ଗାଁ ଲୋକଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି । ଦୀର୍ଘ ବର୍ଷ ହେଲା ଅଳିଆ ଆବର୍ଜନାରେ ପୂରିଥିଲା ଗାଁ ପୋଖରୀ । ସଫା କରିବାକୁ ଅଣ୍ଟା ଭିଡ଼ିଛନ୍ତି ଯୁବଗୋଷ୍ଠୀ । କାହା ଉପରେ ନିର୍ଭର ନକରି ଗାଁକୁ ସବୁଜ ସୁନ୍ଦର ଓ ପରିସ୍କାର କରିବାକୁ ନିଜେ ଲାଗିପଡ଼ିଛନ୍ତି ସଫେଇ କାର‌୍ୟ୍ୟରେ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ହିଲୁଙ୍ଗ ଗାଁର ଯୁବଗୋଷ୍ଠୀ ବନ୍ଧ ସଫା କରିବା ସହ ରାସ୍ତାଘାଟ ସଫା କରିଛନ୍ତି । ଏହି ମହତ୍‌ କାମ ପାଇଁ ଯୁବଗୋଷ୍ଠୀଙ୍କ ପ୍ରଶସାଂ କରୁଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ।

ଗାଁରେ ଥିବା ରଣାକଟା ବନ୍ଧ ଉପରେ ନିର୍ଭର କରନ୍ତି ପାଖାପାଖି ୫ଟି ଗାଁର ଲୋକେ । ଅଳିଆ ଆବର୍ଜନା ଯୋଗୁଁ ପାଣି ଦୂଷିତ ହୋଇଥିଲା । ଏନେଇ ବାରମ୍ବାର ସରପଞ୍ଚଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁନଥିଲା । ଶେଷରେ ଯୁବଗୋଷ୍ଠୀ ଏକାଠି ହୋଇ ଗାଁ ବନ୍ଧକୁ ସଫା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.