ପୁରୀରେ ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ରଥଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ

ପୁରୀ(କେନ୍ୟୁଜ୍): ଜୁଲାଇ ୪ ତାରିଖରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ତା ପୂର୍ବରୁ ପୁରୀରେ ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଏଠାରେ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ସମସ୍ତ ନୀତି ନିର୍ଘଣ୍ଟକୁ ଅନୁମୋଦନ ମିଳିବ। ଦେବସ୍ନାନ ପୂର୍ଣ୍ଣିମାଠାରୁ ନିଳାଦ୍ରୀବିଜେ ଯାଏ ସବୁ ନୀତିକୁ ଛତିଶା ନିଯୋଗର ସେବାୟତ ପ୍ରତିନିଧିଙ୍କ ସହ ଆଲୋଚନା ପରେ ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟ ଚୂଡାନ୍ତ କରାଯାଇଥିଲା। ଏହି ନୀତି ନିର୍ଘଣ୍ଟକୁ ଅନୁମୋଦନ କରିବ ଶ୍ରୀମନ୍ଦିର ପରିଚାଳନା କମିଟି। ଜୁଲାଇ ୧୫ ତାରିଖ ନିଳାଦ୍ରୀ ବିଜେ ଦିନ ଚନ୍ଦ୍ରଗ୍ରହଣ ପଡୁଥିବାରୁ ନିଳାଦ୍ରୀ ବିଜେ ନୀତିକୁ ଶୀଘ୍ର ସଂପନ୍ନ କରାଯିବ । ଏଥିପାଇଁ ମହାପ୍ରଭୁଙ୍କ ପହଣ୍ଡି ଅପରାହ୍ନ ୪ଟା ଆରମ୍ଭ କରାଯାଇ ୧୧ଟା ସୁଦ୍ଧା ଶେଷ କରାଯିବ । ଏହା ପରେ ରାତି ପହୁଡ କରାଯାଇ ଭୋରୁ ଦ୍ୱାରଫିଟା ସହ ଅନ୍ୟାନ୍ୟ ନୀତି ସଂପର୍ଣ୍ଣ ହୋଇ ଅପରାହ୍ନ ୪ଟା ସୁଦ୍ଧା ମଧ୍ୟାହ୍ନ ଧୂପରେ ନୀଳାଚଳ ଅବଢ଼ା ଶେଷ କରିବା ପାଇଁ ନିଷ୍ପତ୍ତି ନିଆଯାଇଛିା ଶ୍ରୀମନ୍ଦିରର ରାଜସ୍ୱ ବୃଦ୍ଧି ପାଇଁ ରଥଯାତ୍ରାର ସିଧାପ୍ରସାରଣର ଟେଣ୍ଡର ଦାଖଲ ସମୟସୀମା ଶେଷ ହୋଇଛି। ଏସମ୍ପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଜି ଆଲୋଚନା ହୋଇପାରେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.