ହେମା ମାଳିନୀଙ୍କ ସଂସଦ ସଫେଇକୁ ନେଇ କଣ କହିଲେ ସ୍ୱାମୀ ଧର୍ମେନ୍ଦ୍ର, ତା ପରେ ଟ୍ଵିଟ୍‌ କଲେ ‘ହମ୍‌କୋ ମାଫି ଦେଇଦୋ…’

ଅଭିନେତ୍ରୀ ତଥା ଲୋକସଭା ସାଂସଦ ହେମା ମାଲିନୀ ନିକଟରେ ଝାଡୁ ଧରି ସଂସଦ ପରିସର ସଫା କରୁଥିବାର ନଜର ଆସିଥିଲେ। ଏହି ସ୍ବଚ୍ଛ ଭାରତ ଅଭିଯାନରେ ତାଙ୍କ ସହିତ ବିତ୍ତ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଥିଲେ। ହେମା ଯେଉଁଭଳି ଝାଡୁ ଧରି ସଫା କରୁଥିଲେ ତାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ହେମା ଟ୍ରୋଲ୍‌ର ଶିକାର ହୋଇଛନ୍ତି। ଏଥିପାଇଁ ହେମାଙ୍କୁ ସୋସିଆଲ ମିଡିଆରେ ପରିହାସ ମଧ୍ୟ କରାଯାଇଛି। ଏମିତିକି ୮୦ ଦଶକର ବଲିଉଡ୍‌ ଷ୍ଟାର୍‌ ତଥା ହେମାଙ୍କ ସ୍ୱାମୀ ୮୩ ବର୍ଷ ବୟସ୍କ ଧର୍ମେନ୍ଦ୍ରଙ୍କୁ ଏହି ଭିଡିଓକୁ ନେଇ ଅନେକ ଫ୍ୟାନ୍‌ ପ୍ରଶ୍ନ କରିଥିଲେ। କେବେ ମାଡାମ ହେମା ଘରେ ଝାଡୁ ଧରିଥିଲେ କି ବୋଲି ପ୍ରଶ୍ନ କରିଥିଲେ ପ୍ରଶଂସକ।
ଯାହାର ଉତ୍ତର ଧର୍ମେନ୍ଦ୍ର ବେଶ୍ ସଚୋଟ୍ଟତାର ସହ ଦେଇଥିଲେ। ତେବେ ଧର୍ମେନ୍ଦ୍ର କହିଛନ୍ତି ଯେ ସିନେମାରେ ମଧ୍ୟ ଝାଡୁ ମାରିଲା ବେଳେ ମୋତେ ହେମା ଅନାଡ଼ି ଲାଗନ୍ତି । ଅବଶ୍ୟ ସେ ନିଜ କଥା କହିଛନ୍ତି ଯେ ‘‘ମୁଁ ଛୋଟ ବେଳରୁ ନିଜ ମା’କୁ ସବୁ କାମରେ ସାହାଯ୍ୟ କରୁଥିଲି । ଝାଡୁ ମାରିବାରେ ମୁଁ ପାରଙ୍ଗମ ଥିଲି । ମୋତେ ପରିସ୍କାର ପରିଚ୍ଛନ୍ନତା ବେଶ୍ ପସନ୍ଦ ଥିଲା”।
ଧର୍ମେନ୍ଦ୍ରଙ୍କର ଏହି ଉତ୍ତର ପ୍ରଶଂସକଙ୍କ ମନ ଜିଣି ନେଇଛି। ହେମା ଏବେ ମଥୁରାରୁ ଦ୍ୱିତୀୟଥର ପାଇଁ ବିଜେପି ସାଂସଦ ଅଛନ୍ତି। ଧର୍ମେନ୍ଦ୍ର ଏବଂ ହେମାଙ୍କ ବିବାହ ୧୯୮୦ ମସିହାରେ ହୋଇଥିଲା। ହେମା ଧର୍ମେନ୍ଦ୍ରଙ୍କୁ ଦ୍ବିତୀୟ ବିବାହ କରିଥିଲେ।

ପରେ ଭୁଲ ବି ମାଗି ନେଲେ

ତେବେ ଧର୍ମେନ୍ଦ୍ରଙ୍କ ଏହି ଟ୍ଵିଟ୍‌କୁ ଅନେକ ପ୍ରଶଂସା ସିନା ମିଳିଲା । ଏଥିରେ କିନ୍ତୁ ଖୁସି ହୋଇ ପାରିଲେନି ଧରମ । କାରଣ ଯାହା ହେଲେ ବି ହେମା ହେଉଛନ୍ତି ତାଙ୍କ ପତ୍ନୀ । ପୁଣି ଜଣେ ସାଂସଦ । ତେଣୁ ପରେ ପରେ ଟ୍ଵିଟ୍‌ କରି କ୍ଷମା ମାଗି ନେଇଛନ୍ତି । ଆଉ ଟ୍ଵିଟ୍‌ରେ ଲେଖିଛନ୍ତି ‘ହମ୍‌କୋ ମାଫି ଦେଇଦୋ…’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.